ଘୁ. ଉଦୟଗିରି: ଚଳିତ ସାଧାରଣ ନିର୍ବାଚନ କଂଗ୍ରେସ ଦଳ ନିଜ ଗଡ଼କୁ ପୁଣି ଫେରିବା ସ୍ୱପ୍ନ ଦେଖୁଥିବା ବେଳେ ପ୍ରାର୍ଥୀ ଚୟନ ପରେ ସବୁ ଗଡ଼ବଡ଼ ହୋଇଯାଇଛି। ପ୍ରାର୍ଥୀ ଚୟନ କୁ ନେଇ ପ୍ରବଳ ଅସନ୍ତୋଷ ଦେଖାଦେଇଛି।ପିସିସି ପକ୍ଷରୁ ଘୁ. ଉଦୟଗିରି ନିର୍ବାଚନ ମଣ୍ଡଳୀ ନିମନ୍ତେ ରାଜ୍ୟ କଂଗ୍ରେସ ସଭାପତି ପ୍ରଫୁଲ୍ଲ ପ୍ରଧାନଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିବା ପରଠାରୁ ସ୍ଥାନୀୟ ନିର୍ବାଚନ ମଣ୍ଡଳୀ କର୍ମକର୍ତ୍ତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି। ଗୁରୁବାର ସ୍ଥାନୀୟ ସିର୍କି ଡ୍ୟାମ୍ ନିକଟରେ ଘୁ.ଉଦୟଗିରି ବିଧାନସଭା କ୍ଷେତ୍ର ଅନ୍ତର୍ଗତ ୪ଗୋଟି ବ୍ଲକ ଏବଂ ଗୋଟିଏ ଏନଏସି ର ସମସ୍ତ ବ୍ଲକ ଏବଂ ଏନଏସି ସଭାପତିଙ୍କ ସମେତ ବହୁ ବରିଷ୍ଠ କର୍ମୀ ଏବଂ ବିଧାୟକ ଆଶାୟୀ ପ୍ରାର୍ଥିନୀ ଅଜୟନ୍ତୀ ପ୍ରଧାନ, କ୍ରିଷ୍ଣା ପ୍ରିୟା ପ୍ରଧାନ, ସଞ୍ଜିତ୍ ପ୍ରଧାନ, କଇଁଝର ସରପଞ୍ଚ ପ୍ରକାଶ କହଁର, ବୀରେନ୍ଦ୍ର ମହାକୁଡ଼, ଧର୍ମେନ୍ଦ୍ର ପ୍ରଧାନ, ଉପସ୍ଥିତ ରହିଥିବା ବେଳେ ବ୍ଲକ କଂଗ୍ରେସ ସଭାପତି ସଦାନନ୍ଦ ନାୟକ, ନଗର କଂଗ୍ରେସ ସଭାପତି ଦୀପକ କୁମାର ପ୍ରଧାନ,ପିସିସି ଜିଲ୍ଲା ସାଧାରଣ ସମ୍ପାଦକ ଯାକେସ ପ୍ରଧାନ, ଟାରଜନ୍ ସାହୁ,ଗଗନ ପ୍ରଧାନ,ଅଚ୍ୟୁତ ନାୟକ, ମାନଭଞ୍ଜ ପ୍ରଧାନ, ଥମାସ ପ୍ରଧାନ,ଏସ ସି ସେଲ ଜିଲ୍ଲା ସଭାପତି ପ୍ରଫୁଲ୍ଲ ଦିଗାଲ ଓ ଅନ୍ୟ କର୍ମକର୍ତ୍ତା ଙ୍କ ଉପସ୍ଥିତିରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା।
ସୂଚନା ଅନୁଯାୟୀ ଦଳ ପ୍ରାର୍ଥୀ ଚୟନ ପୂର୍ବରୁ ସ୍ଥାନୀୟ ନିର୍ବାଚନ ମଣ୍ଡଳୀ କର୍ମକର୍ତ୍ତାଙ୍କ ସହ କୌଣସି ଆଲୋଚନା କରାଯାଇନଥିବା ସହ ପ୍ରାର୍ଥୀ ପ୍ରଫୁଲ୍ଲ ପ୍ରଧାନ ପୂର୍ବରୁ କୌଣସି ଦଳୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିନଥିବା ଓ ତାଙ୍କୁ କର୍ମକର୍ତ୍ତାମାନେ ମଧ୍ୟ ଭଲାଭାବେ ପରିଚିତ ନଥିବା କହିଛନ୍ତି ଉପସ୍ଥିତ କର୍ମକର୍ତ୍ତା। ବୈଠକରେ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪ ଟି ବ୍ଲକ ଓ ୭ ଟି ଜୋନ୍ ର ସଭାପତି, ଉପସଭାପତି ଓ ଦଳୀୟ କର୍ମକର୍ତ୍ତା ଙ୍କ ଉପସ୍ଥିତ ଥିବା ବେଳେ ଅନଲାଇନ ରେ ନିବେଦନ କରିଥିବା ସମସ୍ତ ଆଶାୟୀ ପ୍ରାର୍ଥୀ/ପ୍ରାର୍ଥିନୀ ଦଳ ଘୋଷଣା କରିଥିବା ବିଧାୟକ ପ୍ରାର୍ଥୀ ଙ୍କୁ ବିରୋଧ କରିବା ସହ ପୁନଃ ବିଚାର କରି ପ୍ରାର୍ଥୀ ଘୋଷଣା କରିବା ପାଇଁ ଦାବି କରିଛନ୍ତି। କଂଗ୍ରେସ ରାଜ୍ୟ ନେତୃ ମଣ୍ଡଳୀ ଏଭଳି ଏକ ପାଖିଆ ନିଷ୍ପତ୍ତି ଯୋଗୁଁ କର୍ମି ଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ଓ ନିର୍ବାଚନ ପାଇଁ ଉତ୍ସାହ ରହିବ ନାହିଁ ବୋଲି ମତବ୍ୟକ୍ତ କରିଛନ୍ତି।ଉପସ୍ଥିତ କଂଗ୍ରେସ କର୍ମୀମାନେ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ବିଜେଡି ଦଳର ପ୍ରାର୍ଥୀ ସାଲୁଗା ପ୍ରଧାନ ହେଉଛନ୍ତି ବାଘ ଏବଂ ବିଜେପି ପ୍ରାର୍ଥୀ ହେଉଛନ୍ତି କୁମ୍ଭୀର ଏହି ଦୁଇ ଜଣଙ୍କ ଭିତରେ ମରିବାକୁ ଆମ ପିସିସି ଛାଡିଦେଇଛନ୍ତି କଂଗ୍ରେସର ବୁଢା ବଳଦ କୁ ବୋଲି କଟାକ୍ଷ କରି କହିଛନ୍ତି ଅସନ୍ତୋଷ କଂଗ୍ରେସ କର୍ମୀ।ଆହୁରି ଖୋଭ ପ୍ରକାଶ କରି କହିଛନ୍ତି ଆମେ କଂଗ୍ରେସ ରେ ଅଛୁ ରହିବୁ କିନ୍ତୁ ପ୍ରାର୍ଥୀ ନ ବଦଳେଇଲେ ଆମେ ବଦଳିବୁନି କି କଂଗ୍ରେସ ପାଇଁ ବି କାମ କରିବୁନି ଏକ ଦମ ଚୁପ ହୋଇ ବସିବୁ।ଅସନ୍ତୋଷ ର ନିଆଁରେ ଆଗାମୀ ଦିନରେ କଂଗ୍ରେସ ର ଅବସ୍ଥା କଣ ହେବ ବୋଲି ଆଲୋଚନା ହେଉଛି ଯେଉଁ ଦଳ ର ଗଡ଼ ଭାବେ ଏହି ନିର୍ବାଚନ ମଣ୍ଡଳୀ ଖ୍ୟାତି ରହିଥିଲା ସେଇ ଦଳକୁ ବିଲୀନ କରିବାପାଇଁ ଅନ୍ୟ ଦଳ ସହ ସାଲିସ କରାଯାଇ ଏଭଳି ଦୁର୍ବଳ ପ୍ରାର୍ଥୀ ପିସିସି ଦେଇଥିବା କଂଗ୍ରେସ କର୍ମୀ ଅଭିଯୋଗ କରିଛନ୍ତି।
Follow Us