ବିଜେଡିକୁ ପ୍ରଫୁଲ୍ଲଙ୍କ ଚେତାବନୀ: ଯଦି ଦଳ ଠିକ ନ ଚାଲେ ଦଳ ଠୁ ଦୂରେଇ ଯିବି

ଦୀର୍ଘଦିନ ପରେ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ମଲ୍ଲିକ ମୁଁହ ଖୋଲିଛନ୍ତି। ସେ କହିଛନ୍ତି ଏବେ ବିଜେଡ଼ିରେ ଅଛି। କିନ୍ତୁ ପ୍ରଫୁଲ୍ଲ କୌଣସି ସାଂଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେଉନି...

New Project (1)

ଭୁବନେଶ୍ବର: ଦୀର୍ଘଦିନ ପରେ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ  ମଲ୍ଲିକ ମୁଁହ ଖୋଲିଛନ୍ତି। ସେ କହିଛନ୍ତି ଏବେ ବିଜେଡ଼ିରେ ଅଛି। କିନ୍ତୁ ପ୍ରଫୁଲ୍ଲ କୌଣସି ସାଂଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେଉନି। ଆଗକୁ ଯଦି ଦଳ ଠିକ ନ ଚାଲେ ଦଳ ଠୁ ଦୂରେଇ ଯିବି ବୋଲି ସେ ଚେତାବନୀ ଦେଇଛନ୍ତି।

ବିଜେଡି ସଠିକ ଭାବେ ବିରୋଧୀ ଦଳର ଭୂମିକା ନିର୍ବାହ କରୁନାହିଁ। ପୂର୍ବ ବିଚାର ଧାରାରେ ଦଳ ନାହିଁ। ଦଳକୁ ସଙ୍ଗଠିତ କରିବାକୁ କିଛି ପରାମର୍ଶ ଦେଇଥିଲୁ। ପିଏସି, ଶୃଙ୍ଖଳା କମିଟି ଭଳି ଦୁଇଟି ନିଷ୍ପତି ଗ୍ରହଣ କରାଯାଇଛି। 

ଅନ୍ୟ ପ୍ରସ୍ତାବ ଗୁଡ଼ିକୁ ଗ୍ରହଣ କରାଯାଇନି। ମୋ ସହିତ କେହି ଆଲୋଚନା କରିନାହାନ୍ତି କି ମୁଁ କାହାକୁ ଭେଟିନି। ବର୍ତ୍ତମାନ୍ ନୂଆ ବିଜେଡି ଗଠନର ସମୟ ନୁହେଁ। ପୁରୁଣା ବିଜେଡ଼ିକୁ ସଠିକ ଭାବେ ଚଳାଇବାକୁ ପଡିବ ବୋଲିସେ ପରାମର୍ଶ ଦେଇଛନ୍ତି।

ପ୍ରଫୁଲ୍ଲ ମଲ୍ଲିକଙ୍କୁ ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା ଜବାବ ଦେଇଛନ୍ତି। ପ୍ରତାପ କହିଛନ୍ତି, ପ୍ରଫୁଲ୍ଲ ମଲ୍ଲିକ ହେଉଛନ୍ତି ଶତବ୍ଦୀର ବଡ ସୁବିଧାବାଦି। ପ୍ରଫୁଲ୍ଲ ବାବୁଙ୍କ ବୟସ ୮୦ ପାର ହେଲାଣି। ନବୀନ ବାବୁଙ୍କ ସରକାରରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପାଇଥିଲେ।  ସେତେବେଳେ ସେ ନବୀନ ବାବୁଙ୍କୁ ଓ ଦଳକୁ ଭୂରି ଭୂରି ପ୍ରସଂଶା କରୁଥିଲେ। ଏବେ କିନ୍ତୁ ଯେତେବେଳେ ଦଳ କ୍ଷମତାରେ ନାହିଁ ସେତେବେଳେ ସେ ଏଭଳି ମନ୍ତବ୍ୟ ରଖୁଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe