ତ୍ରି‌ଲୋଚନଙ୍କ ଉଦ୍ୟମରେ ଖାଲ ପାଲଟିଛି ଜଙ୍ଗଲ

Advertisment

ପରିବେଶ ବଞ୍ଚିଲେ, ଜୀବଜଗତ ତିଷ୍ଠି ରହିବ। ପରିବେଶର ସୁରକ୍ଷା ପାଇଁ ପ୍ରଥମେ ସବୁଜବନାନୀ ସୃଷ୍ଟି କରିବାକୁ ହେବ। ଏହି ଉଦ୍ଦେଶ୍ୟ ରଖି ଏକ ବିଶାଳ ଖାଲକୁ କ୍ଷୁଦ୍ର ଜଙ୍ଗଲରେ ପରିଣତ କରିଛନ୍ତି ପ୍ରକୃତି ବନ୍ଧୁ ତ୍ରିଲୋଚନ ସାହୁ। ସେ ୧୫୦ରୁ ଊର୍ଦ୍ଧ୍ବ ଗଛ ଲଗାଇଛନ୍ତି। ଏହି ସ୍ଥାନରେ ପୂର୍ବରୁ ପାଣି ଜମି ରହୁଥିଲା

Anandpur

Photo: Sambad

ଆନନ୍ଦପୁର: ଆନନ୍ଦପୁର ପୌରାଞ୍ଚଳ ଫକୀରପୁର ୧୧ ନମ୍ୱର ୱାର୍ଡର ଜୟଦୁର୍ଗା ପ୍ରାଥମିକ ବିଦ୍ୟାଳୟ ନିକଟରେ ବୈତରଣୀ ନଦୀବନ୍ଧକୁ ଲାଗି ରହିଥିବା ଏକ ବିଶାଳ ଖାଲକୁ କ୍ଷୁଦ୍ର ଜଙ୍ଗଲରେ ପରିଣତ କରିଛନ୍ତି ପ୍ରକୃତି ବନ୍ଧୁ ତ୍ରିଲୋଚନ ସାହୁ। ଏହି ସ୍ଥାନରେ ସେ ୧୫୦ରୁ ଊର୍ଦ୍ଧ୍ବ ଗଛ ଲଗାଇଛନ୍ତି। ଏହି ସ୍ଥାନରେ ପୂର୍ବରୁ ପାଣି ଜମି ରହୁଥିଲା। ଏହି ପରିତ୍ୟକ୍ତ ସ୍ଥାନରେ ଏକ କ୍ଷୁଦ୍ର ଜଙ୍ଗଲ ସୃଷ୍ଟି କରିବାପାଇଁ ଶ୍ରୀ ସାହୁ ଅଣ୍ଟା ଭିଡ଼ିଥିଲେ। 

Trilochan Sahu

ନିଜସ୍ଵ ଉଦ୍ୟମରେ ସେଠାରେ ବିଭିନ୍ନ କିସମର ଗଛ ଲଗାଇବା ସହ ଏହାର ଯତ୍ନ ନେଉଛନ୍ତି। ଶ୍ରୀ ସାହୁ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରିବା ସହ ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ କରି ଯୁବଗୋ‌ଷ୍ଠୀଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ଏଥିରେ ତାଙ୍କୁ ସ୍ବେଚ୍ଛାସେବୀ ରଞ୍ଜିତ ନାୟକ, ରାଜକିଶୋର ବାରିକ, ପ୍ରସନ୍ନ ନାହାକ, ମନୋଜ କୁମାର ସାହୁ, ଦେବାନନ୍ଦ ଦେହୁରୀ, ନାରାୟଣ ଦେହୁରୀ ପ୍ରମୁଖ ସହଯୋଗ କରୁଛନ୍ତି। ସମସ୍ତେ କିଛି ନା କିଛି ଗଛ ଲଗାଇ ତା’ର ଯତ୍ନ ନେବାକୁ ଶ୍ରୀ ସାହୁ ଅନୁରୋଧ କରିଛନ୍ତି।

ଏହି ଖବର ପଢ଼ନ୍ତୁ: ନେଲୁଙ୍ଗ ଜଙ୍ଗଲରେ ମାତିଛନ୍ତି କାଠ ମାଫିଆ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe