‘ପ୍ରମେୟ’ର ଦଶମ ସ୍ୱନକ୍ଷତ୍ର ଉତ୍ସବ

Advertisment
‘ପ୍ରମେୟ’ର ଦଶମ ସ୍ୱନକ୍ଷତ୍ର ଉତ୍ସବ

ଭୁବନେଶ୍ୱର : ଦୈନିକ ଖବରକାଗଜ ‘ପ୍ରମେୟ’ର ଦଶମ ସ୍ବନକ୍ଷତ୍ର ଉତ୍ସବ ବୁଧବାର ପାଳିତ ହୋଇଯାଇଛି। ଏଥିରେ ‘ପ୍ରମେୟ’ ପ୍ରତିଷ୍ଠାତା ପ୍ରଫେସର ଡ. ମନୋଜ ରଞ୍ଜନ ନାୟକ ଯୋଗଦେଇ କହିଲେ ଯେ ବହୁ ଘାତପ୍ରତିଘାତ, ବାଧାବିଘ୍ନର ସମ୍ମୁଖୀନ ହୋଇ ‘ପ୍ରମେୟ’ ଆଜି ଏ ସ୍ତରରେ ପହଞ୍ଚି ପାରିଛି। ପାଠକଙ୍କ ବିଶ୍ବାସଭାଜନ ହୋଇପାରିଛି। ସମ୍ପାଦକ ଗୋପାଳକୃଷ୍ଣ ମହାପାତ୍ର କହିଥିଲେ, ଏହା ହେଉଛି ‘ପ୍ରମେୟ’ ସଫଳତାର ପ୍ରଥମ ଦଶନ୍ଧି ଉତ୍ସବ। ପଛକୁ ଦେଖି ନିଜ ସଫଳତା ଖୋଜିବା ସହ ସଫଳତାର ନୂଆ ଦିଗ ତଲାସ କରିବାକୁ ହେବ। ଉତ୍ସବ ପାଳନ ଦ୍ୱାରା ଆତ୍ମବିଶ୍ୱାସ ବଢ଼ିଥାଏ । ‘ମୁଁ କରିପାରିବି’ ବାର୍ତ୍ତାଟି ହୃଦୟରୁ ବାହାରେ। ସମସ୍ତେ ଏହା ବାର୍ତ୍ତାକୁ କାମରେ ଲଗାଇବାକୁ ସେ ଆହ୍ୱାନ ଦେଇଥିଲେ। ଏହି ଅବସରରେ ସମ୍ପାଦକ ଶ୍ରୀ ମହାପାତ୍ର ‘ପ୍ରମେୟ’ର ପୂର୍ବତନ ସମ୍ପାଦକ ପ୍ରଫେସର ଗଣେଶ୍ୱର ମିଶ୍ରଙ୍କ ସ୍ମୃତିଚାରଣ କରିଥିଲେ। ସେହିପରି ଅନୁଷ୍ଠାନର ସମସ୍ତ ସାମ୍ବାଦିକ ଓ ସବୁ ବିଭାଗର କର୍ମଚାରୀଙ୍କୁ ସମ୍ପାଦକ ଶ୍ରୀ ମହାପାତ୍ର ୧୦ଟି ଶପଥ ପାଠ କରାଇଥିଲେ। ଏହାକୁ ସମସ୍ତେ ନିଜ କାର୍ଯ୍ୟକ୍ଷେତ୍ରରେ କାମରେ ଲଗାନ୍ତୁ ବୋଲି ସେ କହିଥିଲେ। ପ୍ରକାଶକ ପ୍ରଭାତ ରଞ୍ଜନ ନାୟକ କହିଥିଲେ, ଅନେକ ଘାତପ୍ରତିଘାତ ପରେ ଆମେ ଉପରକୁ ଉଠିଛୁ। ସୁମା ରିଅଲ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ସିଇଓ ସୁନୀଲ ଦାସ କହିଥିଲେ, ଆଗାମୀ ଦିନରେ ବି ଏହାକୁ ସ୍ୱର୍ଣ୍ଣିମ ସଫଳତା ମିଳିବ।

ଅନ୍ୟମାନଙ୍କ ମଧ୍ୟରେ ପ୍ରମେୟ ବାର୍ତ୍ତା ସମ୍ପାଦକ ଧୀରେନ୍ଦ୍ର ମିଶ୍ର, ପ୍ରସାରଣ ବିଭାଗ ଡିଜିଏମ୍ ଗଜେନ୍ଦ୍ର ଦାସ, ‘ନ୍ୟୁଜ୍‌-୭’ କାର୍ଯ୍ୟକାରୀ ସମ୍ପାଦକ ଦେବନାରାୟଣ ସେଠୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ବ୍ୟୁରୋ ମୁଖ୍ୟ ‌ଦେବେନ୍ଦ୍ର ସୁଆର ସ୍ୱାଗତ ଭାଷଣ ଦେଇଥିଲେ। କଟକ ବ୍ୟୁରୋର ଡିଜିଏମ୍ ନ୍ୟୁଜ୍ ମାନସ ପଣ୍ଡା କାର୍ଯ୍ୟକ୍ରମ ସଞ୍ଚାଳନ କରିଥିବା ବେଳେ ମାନବ ସମ୍ବଳ ବିଭାଗର ସହକାରୀ ପରିଚାଳକ ଅରୁଣ ମାଥନ୍‌ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe