୨୦୨୪ ନିର୍ବାଚନରେ ବିରୋଧୀ ଶୂନ୍ୟ ହେବ ଓଡ଼ିଶା: ରାଜସ୍ଵ ମନ୍ତ୍ରୀ ପ୍ରମିଳା ମଲ୍ଲିକ

Advertisment
୨୦୨୪ ନିର୍ବାଚନରେ ବିରୋଧୀ ଶୂନ୍ୟ ହେବ ଓଡ଼ିଶା: ରାଜସ୍ଵ ମନ୍ତ୍ରୀ ପ୍ରମିଳା ମଲ୍ଲିକ

ଭୁବନେଶ୍ବର: ୧୪୭ ବିଧାୟକ ଓ ୨୧ ସାଂସଦ ପଦ ହାତେଇବ ବିଜେଡି। ଲୋକଙ୍କ ସମସ୍ୟା ସହ ଯୋଡ଼ି ହୋଇଛି ବିଜେଡି। ବିରୋଧୀଙ୍କ କିଛି ହାୱା କାମ ଦେବନି। ଜାତୀୟ ଗଣମାଧ୍ୟମ ସର୍ଭେର ରିପୋର୍ଟକୁ ନେଇ ଗୃହରେ ପ୍ରଶ୍ନରେ ଉତ୍ତର ରଖିଛନ୍ତି ରାଜସ୍ଵ ମନ୍ତ୍ରୀ ପ୍ରମିଳା ମଲ୍ଲିକ। ସେ ଆହୁରି ବି କହିଛନ୍ତି ଯେ ବିଜେପି ଯେଉଁ ସ୍ବପ୍ନ ଦେଖୁଛି ତାହା ପୂରଣ ହେବନି। ପଞ୍ଚାୟତ ଓ ପୌର ନିର୍ବାଚନରେ ସଫା ହୋଇଗଲେ। ଆଗକୁ ସାଧାରଣ ନିର୍ବାଚନର ବି ସଫା ହୋଇଯିବେ। ଓଡ଼ିଆ ଝିଅକୁ ରାଷ୍ଟ୍ରପତି ପ୍ରାର୍ଥୀ କରାଗଲା ବୋଲି ବିଜେଡି ସମର୍ଥନ ଦେଲା। ଏହାକୁ ନେଇ ବିଜେପିର ଶକ୍ତି ବୃଦ୍ଧି ପାଇବ ବୋଲି ଭାବିବା ଭୁଲ। ରାଜ୍ୟରେ କଂଗ୍ରେସ ବିଜେପି ଏକ ହୋଇ ଯାଇଛନ୍ତି। ବିଜେଡି ଯେତିକି ଭୋଟ ପାଇଥିଲା ତାହା ବଢ଼ିଛି। କିନ୍ତୁ କଂଗ୍ରେସ ଭୋଟ ବିଜେପିକୁ ଯାଇଛି।

କେନ୍ଦ୍ରମନ୍ତ୍ରୀ ମାନେ ଘନଘନ ଓଡ଼ିଶା ଗସ୍ତ କରୁଛନ୍ତି ଓ ଏହାର ପ୍ରଭାବ ପଡ଼ିବ କି ବୋଲି ପ୍ରଶ୍ନରେ ଉତ୍ତରରେ ସେ କହିଛନ୍ତି କି କେନ୍ଦ୍ର ମନ୍ତ୍ରୀ ଡେରା ପକାଇଲେ କିଛି ଅସୁବିଧା ନାହିଁ। ଏହାର କିଛି ପ୍ରଭାବ ପଡ଼ିବନି। ସେମାନେ ଆସି ଲୋକଙ୍କ ସମସ୍ୟା ସମାଧାନ କରୁନାହାନ୍ତି ବରଂ ସମସ୍ୟା ସୃଷ୍ଟି କରୁଛନ୍ତି।।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe