ପ୍ରମୋଦ ଭଗତ ପାଇଲେ ଖେଳରତ୍ନ ପୁରସ୍କାର, ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଅର୍ଜୁନ

ପ୍ରମୋଦ ଭଗତ ପାଇଲେ ଖେଳରତ୍ନ ପୁରସ୍କାର, ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଅର୍ଜୁନ

ନୂଆଦିଲ୍ଲୀ : ଟୋକିଓ ପାରା ଅଲିମ୍ପିକ୍ସରେ ସ୍ବର୍ଣ୍ଣପଦକ ଜିତିଥିବା ଓଡ଼ିଶାର ପ୍ରମୋଦ ଭଗତଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯାଇଛି । ଆଜି ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ସେହପରି ଟୋକିଓ ଅଲିମ୍ପିକ୍ସରେ ସର୍ଣ୍ଣପଦକ ଜିତିଥିବା  ନୀରଜ ଚୋପ୍ରାଙ୍କୁ ମଧ୍ୟ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯାଇଛି ।

ମୋଟ ୧୨ଜଣ ଖେଳାଳିଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ୩୫ ଜଣ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ଦିଆଯାଇଛି । ଏହି କ୍ରମରେ ଦୁଇ ଓଡ଼ିଆ ହକି ଖେଳାଳି ବୀରେନ୍ଦ୍ର ଲାକ୍ରା ଏବଂ ଅମିତ ରୋହିଦାସଙ୍କୁ ପ୍ରଦାନ କରାଯାଇଛି ଅର୍ଜୁନ ପୁରସ୍କାର ।  ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ଏହି ପୁରସ୍କାର ଲାକ୍ରା ଓ ରୋହିଦାସ ଗ୍ରହଣ କରିଛନ୍ତି। ଉଲ୍ଲେଖଯୋଗ୍ୟ,ଅଲିମ୍ପିକ୍ସ ବ୍ରୋଞ୍ଜ ବିଜେତା ଭାରତୀୟ ହକିଦଳର ସଦସ୍ୟମାନଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଛି।

ଖେଳରତ୍ନ ପାଇଥିବା ଥିବା ଅନ୍ୟ ଖେଳାଳିମାନେ ହେଲେ ଅଲିମ୍ପିକ୍ସ କୁସ୍ତି ରୋପ୍ୟ ପଦକ ବିଜେତା ରବି ଦାହିୟା, ହକି ଖେଳାଳି ପିଆର ଶ୍ରୀଜେସ୍, ବକ୍ସର ଲଭଲିନା ବର୍ଗୋଇଁ, ଫୁଟବଲ ଖେଳାଳି ସୁନୀଲ ଛେତ୍ରୀ, ମହିଳା କ୍ରିକେଟ ଖେଳାଳି ମିତାଲି ରାଜ, ଜାଭେଲିନ ଫିଙ୍ଗାଳି ସୁମିତ ଅନ୍ତିଲ, ସୁଟର ଅବନ୍ତି ଲଖେରା, ବ୍ୟାଡମିଣ୍ଟନ ଖେଳାଳି କ୍ରିଷ୍ଣା ନାଗର, ସୁଟର ଏମ.ନରଓ୍ବାଲ ଓ ହକି ଖେଳାଳି ମନପ୍ରୀତ ସିଂ  ।

publive-image

ଅନ୍ୟପକ୍ଷରେ ମୋଟ ୩୫ ଜଣ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ଦିଆଯାଇଛି । ସେମାନଙ୍କ ମଧ୍ୟରେ ଅଛନ୍ତି କ୍ରିକେଟ ଖେଳାଳି ଶିଖର ଧଓ୍ବନ, ପାରା ବ୍ୟାଡମିଣ୍ଟନ ଖେଳାଳି ସୁହାସ ୟତିରାଜ ଓ ହାଇଜମ୍ପର ନିଷାଦ କୁମାର । ଏହାଛଡ଼ା ଅଲିମ୍ପିକ୍ସ ବ୍ରୋଞ୍ଜ ବିଜେତା ଭାରତୀୟ ହକିଦଳର ସଦସ୍ୟମାନଙ୍କୁ ଅର୍ଜୁନ ପୁରସ୍କାର ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe