ମହାକାଳପଡ଼ାରେ ପ୍ରଣବଙ୍କ ଝିଅ ଶର୍ମିଷ୍ଠା, କଂଗ୍ରେସଙ୍କ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ

Advertisment
ମହାକାଳପଡ଼ାରେ ପ୍ରଣବଙ୍କ ଝିଅ ଶର୍ମିଷ୍ଠା, କଂଗ୍ରେସଙ୍କ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ

ମହାକାଳପଡ଼ା : କେନ୍ଦ୍ରାପଡ଼ା ଲୋକସଭା କଂଗ୍ରେସ ସାଂସଦ ପ୍ରାର୍ଥୀ ଧରଣୀଧର ନାୟକ ଓ ବିଧାୟକ ପ୍ରାର୍ଥୀ ବିଭ୍ରାଂଶୁ ଶେଖର ଲେଙ୍କାଙ୍କ ସପକ୍ଷରେ ଆଜି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ଆଜି ମହାକାଳପଡ଼ାରେ ପ୍ରଚାର କରିଛନ୍ତି। ବିଜେପି ସରକାରକୁ ବଙ୍ଗାଳୀ ବିରୋଧୀ ବୋଲି କହି ଶର୍ମିଷ୍ଠା ବିଜେପିର ଆଛେ ଦିନ୍ କୁଆେଡ଼ ଗଲା ବୋଲି ପ୍ରଶ୍ନ କରିଛନ୍ତି।

ମହାକାଳପଡ଼‌ାର ରାମନଗର ପଞ୍ଚାୟତର ଲୁଣି ମାଠିଆ ଆଦିବାସୀ ପଡ଼ିଆରେ ଏକ ସଭାର ଆୟୋଜନ କରାଯାଇଥିଲାା ଏହି ଅଞ୍ଚଳରେ ବାଂଲା ଭାଷାଭ‌ାଷୀ ରହୁଥିବାରୁ ସେମାନଙ୍କ ଭୋଟକୁ ହାତେଇବା ପାଇଁ କଂଗ୍ରେସ ପକ୍ଷରୁ ଏହି ଉଦ୍ୟମ କରାଯାଇଥିଲା। ଏଥିରେ ଯୋଗଦେଇ ଶର୍ମିଷ୍ଠା କହିଥିଲେ ଯେ, ଏବେ ପ୍ରଧାନମନ୍ତ୍ରୀ ନିଜକୁ ଚୌକିଦାର ବୋଲି କହୁଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି କାହାର ଚୌକିଦାରୀ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ। ଏଥିସହିତ, ୨୦୧୯ରେ କେନ୍ଦ୍ରରେ କଂଗ୍ରେସ ସରକାର ଗଢିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ। ସେହିପରି ତାଙ୍କ ବାପାଙ୍କ ଏହି ରାମନଗର ପଞ୍ଚାୟତ ସହ ଭାଗବତ ସମ୍ପର୍କ ଥିବା କଥା କହି ଭୋଟରଙ୍କ ମନ ଜିଣିବାକୁ ଚେଷ୍ଟା କରିଥିଲେ।

ରତନ କାଂଜିଲାଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ପିସିସି ମୁଖପାତ୍ର ତଥା ଦଳର ସାଧାରଣ ସମ୍ପାଦକ ଜ୍ଞାନଦେବ ବେଉରା, ଜିଲ୍ଲା ଉପସଭାପତି ପ୍ରଫୁଲ୍ଲ ଦାସ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ମହାକାଳପଡ଼ା ପୂର୍ବରୁ ଶର୍ମିଷ୍ଠା ରାଜନଗରରେ ମଧ୍ୟ ରୋଡ୍‌ ସୋ’ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe