ଜାନକୀ ବଲ୍ଲଭଙ୍କ କଥା କହି ଭାବପ୍ରବଣ ହୋଇଯାଇଥିଲେ ପ୍ରଣବ ମୁଖାର୍ଜୀ

Advertisment

୨୦୧୭ରେ କଟକ ଆସିଥିଲେ

୨୦୧୭ରେ କଟକ ଆସିଥିଲେ

ଜାନକୀ ବଲ୍ଲଭଙ୍କ କଥା କହି ଭାବପ୍ରବଣ ହୋଇଯାଇଥିଲେ ପ୍ରଣବ ମୁଖାର୍ଜୀ

ଭୁବନେଶ୍ୱର : ୨୦୧୫ରେ ରାମେଶ୍ୱର ହାଇସ୍କୁଲ୍‌ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେବା ପାଇଁ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ନିମନ୍ତ୍ରଣ କରିଥିଲେ। ହେଲେ ଶ୍ରୀ ମୁଖାର୍ଜୀ କାର୍ଯ୍ୟକ୍ରମରେ ଯୋଗଦେବା ବେଳକୁ ଜାନକୀ ବଲ୍ଲଭଙ୍କ ବିୟୋଗ ହୋଇଯାଇଥିଲା। ସେ ନିଜ ଅଭିଭାଷଣ ରଖିବା ବେଳେ କହିଥିଲେ, ମୁଁ ନିମନ୍ତ୍ରଣ ପାଇ ସହମତି ଜଣାଇଥିଲି। ‌କଥା ରଖି ଆସିଲି ମଧ୍ୟ। ହେଲେ ଆଜି ଆସିବା ବେଳକୁ ‌ବନ୍ଧୁ ନାହାନ୍ତି। ଏହା କହି ସେ ଭାବପ୍ରବଣ ହୋଇଯିବା ସହ ଜାନକୀ ବଲ୍ଲଭଙ୍କ ସହ ବିତାଇଥିବା ମୁହୂର୍ତକୁ ମନେ ପକାଇଥିଲେ। ଇନ୍ଦିରା ଗାନ୍ଧୀଙ୍କ ପ୍ରଧାନମନ୍ତ୍ରିତ୍ବ କାଳରେ ଦୁଇଜଣ କିପରି ଦୁଇଥର କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଇଥିଲେ, ସେ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ।

୨୦୧୭ରେ କଟକ ଆସିଥିଲେ
କଟକ : ଗବେଷଣା କର। ଉଦ୍ଭାବନ କର। ଛାତ୍ରଛାତ୍ରୀଙ୍କୁ ଅତ୍ୟନ୍ତ ଭଲ ପାଉଥିବା ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏଭଳି ଆହ୍ବାନ ଦେଇଥିଲେ। ୨୦୧୭ ନଭେମ୍ବର ୨୧ ତାରିଖରେ ରେଭେନ୍ସା ବିଶ୍ବବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପ୍ରଣବ ମୁଖାର୍ଜୀ। କାର୍ଯ୍ୟକ୍ରମ ଶେଷ କରି ସେ ରେଭେନ୍ସାରେ ଚା ପିଇଥିଲେ। ପରେ ଗାଡ଼ି ପାଖକୁ ଯିବା ସମୟରେ ଛାତ୍ରଛାତ୍ରୀଙ୍କୁ ଦେଖି ସେମାନଙ୍କ ନିକଟରେ ୨୦ ମିନିଟ୍‌ ଅଟକି ଯାଇଥିଲେ। ପ୍ରୋଟୋକଲ୍‌ ବାହାରେ ପୂର୍ବତନ ରାଷ୍ଟ୍ରପତି ଏଭଳି ଅଟକିଯିବା ଘଟଣା ସେତେବେଳେ ପୁଲିସ ପ୍ରଶାସନକୁ ଅକଳରେ ପକାଇଥିଲା। କିନ୍ତୁ ପ୍ରଣବ ମୁଖାର୍ଜୀ ଛାତ୍ରଛାତ୍ରୀଙ୍କ ଗହଣରେ ବେଶ୍‌ ହସଖୁସି ଓ ସ୍ବାଭାବିକ ଢ଼ଙ୍ଗରେ ସମୟ ବିତାଇଥିଲେ। ବିଶ୍ବବିଦ୍ୟାଳୟ ଉନ୍ନୟନ ଟ୍ରଷ୍ଟର ସପ୍ତମ ବକ୍ତୃତା କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ସେ ଯୋଗ ଦେଇଥିଲେ। ଉତ୍ସବରେ ପୂର୍ବତନ ପୁଲସି ଡିଜି ଅମୀୟ ଭୂଷଣ ତ୍ରିପାଠୀଙ୍କ ଦ୍ବାରା ରଚିତ ପୁସ୍ତକ ‘ଟ୍ରଷ୍ଟ ସାର୍ଥକତା’କୁ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ ତତ୍କାଳୀନ ରେଭେନ୍ସାର କୁଳପତି ଡକ୍ଟର ପ୍ରକାଶ ଷଡ଼ଙ୍ଗୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe