୪ରେ ସମ୍ବଲପୁର ଆସିବେ ବିଜେଡି ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ

ବିଜେପିର ଅସଲ ଚେହେରା ଓଡ଼ିଶାବାସୀ ଦେଖିଲେ: ବିଜେଡି

nocorruption.in

ସମ୍ବଲପୁର : ଆସନ୍ତା ୪ ତାରିଖ ରବିବାର ଦିନ ବିଜେଡି ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ(ବବି) ସମ୍ବଲପୁର ଆସୁଛନ୍ତି। ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ବରେ ଥିବା ଶ୍ରୀ ଦାସଙ୍କ ଏହା ହେଉଛି ପ୍ରଥମ ବିଧିବଦ୍ଧ ସମ୍ବଲପୁର ଜିଲ୍ଲା ଗସ୍ତ। ତାଙ୍କ ଗସ୍ତକୁ ନେଇ ବିଜେଡି କର୍ମୀମାନେ ବେଶ୍ ଉତ୍ସାହିତ ଥିବା ଜଣାପଡ଼ିଛି।

ସେଦିନ ଏକ ବିଶାଳ ବାଇକ୍ ଶୋଭାଯାତ୍ରାରେ ମାନେଶ୍ବରରୁ ସମଲେଶ୍ବରୀ ମନ୍ଦିର ପର୍ଯ୍ୟନ୍ତ ପାଛୋଟି ଆଣିବାର କାର୍ଯ୍ୟକ୍ରମ ରହିଛି। ଦଳୀୟ କର୍ମୀମାନେ ସମଲେଶ୍ବରୀ ମନ୍ଦିର ନିକଟରେ ସ୍ବାଗତ କରିବେ। ଏହା ପରେ ଶ୍ରୀ ଦାସ ବିଜେଡି କର୍ମକର୍ତ୍ତା ଓ କର୍ମୀମାନଙ୍କ ଏକ ବୈଠକରେ ଯୋଗଦେଇ ଦଳୀୟ ସଂଗଠନ ସଂକ୍ରାନ୍ତରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe