ଅଖିମୁଠି ଅନୁକୂଳ କଲେ ପ୍ରଣବ: ଚଷା ଲକ୍ଷେ ଜୀବନ ପୋଷା

ଅଖିମୁଠି ଅନୁକୂଳ କଲେ ପ୍ରଣବ: ଚଷା ଲକ୍ଷେ ଜୀବନ ପୋଷା

ସମ୍ବଲପୁର: ମୁଣ୍ଡରେ ପଗଡ଼ି, ହାତରେ ବାଡ଼ି। ସମ୍ବଲପୁର ଜିଲ୍ଲା ରେଙ୍ଗାଲିସ୍ଥିତ ଢୋରୋପାଣିରେ ଚାଷୀ ବେଶରେ ପହଞ୍ଚିଥିଲେ ସମ୍ବଲପୁର ଲୋକସଭାର ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ। ପବିତ୍ର ଅକ୍ଷୟ ତୃତୀୟାରେ ଚାଷୀଙ୍କ ପକ୍ଷରୁ ଆୟୋଜିତ ଅଖିମୁଠି ଅନୁକୂଳ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ପୂଜାର୍ଚ୍ଚନା ସହିତ ଅଖିମୁଠି ଅନୁକୂଳ କରିଥିଲେ। ଏହା ସହିତ କ୍ଷେତ ଶସ୍ୟ ଶ୍ୟାମଳା ହେଉ ବୋଲି କାମନା କରିଥିଲେ।

ଏହି ଅବସରରେ ସେ କହିଛନ୍ତି, ଚାଷୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ସଦା ତତ୍ପର ରହିଛନ୍ତି। ସମ୍ବଲପୁର ସଂସଦୀୟ କ୍ଷେତ୍ରର ସର୍ବାଙ୍ଗୀନ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ଏଠାକୁ ପଠାଇଛନ୍ତି। ଯେଉଁମାନଙ୍କୁ ଆପଣ ଭୋଟ ଦେଇ ବାଛିଥିଲେ ବିଜେପିର ସେହି ନେତାମାନେ ଚାଷୀଙ୍କ ସ୍ୱାର୍ଥ ପାଇଁ କିଛି କରିନାହନ୍ତି। ଚାଷ ଓ ଚାଷୀର ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ଜଳସେଚନ ପ୍ରକଳ୍ପ କରିଛନ୍ତି। ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ରେ ଦାଦାଗିରି ସତ୍ତ୍ୱେ ଆବଶ୍ୟକ ପାଣି ଯୋଗାଉଛନ୍ତି। କଳିଆ ଯୋଜନାରେ ରାଜ୍ୟର ଅନେକ ଚାଷୀ ଉପକୃତ ହେଉଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କର ନିର୍ବାଚନୀ ଇସ୍ତାହାରରେ କୃଷି ଉଦ୍ଦେଶ୍ୟରେ ମାଗଣା ବିଦ୍ୟୁତ୍‌ ପ୍ରଦାନ କରିବାକୁ ଉଲ୍ଲେଖ କରିଛନ୍ତି। ଆଗାମୀ ଦିନରେ ଚାଷୀଙ୍କ ପାଇଁ ଆହୁରି ଉନ୍ନୟନମୂଳକ ଯୋଜନା ଆରମ୍ଭ କରାଯିବ। ଯାହା ସେମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ ସହିତ ସେମାନଙ୍କର ଅର୍ଥନୈତିକ ଅଭିବୃଦ୍ଧି କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe