ଭୁବନେଶ୍ୱର : ବିଜୁ ପଟ୍ଟନାୟକଙ୍କ ଉପରେ ଏକ ଇଂରାଜୀ ପୁସ୍ତକର ଉନ୍ମୋଚନ ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବ। କିଟ୍ ସମ୍ମିଳନୀ କକ୍ଷରେ ହେବାକୁ ଥିବା ଏହି ଉତ୍ସବରେ ଦେଶର ବିଭିନ୍ନ ଦଳର ବିଶିଷ୍ଟ ନେତାମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବେଗୌଡ଼ା, ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନୀ ଓ ସିପିଆଇ(ଏମ୍) ନେତା ସୀତାରାମ ୟେଚୁରୀ ପ୍ରମୁଖ ଯୋଗ ଦେବେ। ଏମାନଙ୍କ ବାଦ୍ ଆଉ କିଛି ଜାତୀୟ ସ୍ତରର ନେତାଙ୍କୁ ନିମନ୍ତ୍ରଣ କରିବା ପାଇଁ ଯୋଜନା ଚାଲିଛି। ଏମାନଙ୍କୁ ବିଧିବଦ୍ଧ ନିମନ୍ତ୍ରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁବ୍ ଶୀଘ୍ର ନୂଆଦିଲ୍ଲୀ ଓ ବେଙ୍ଗାଲୁରୁ ଯିବାର ଯୋଜନା ରହିଛି ବୋଲି ସୂଚନା ମିଳିଛି।
ବିଜୁଙ୍କ ଉପରେ ପୁସ୍ତକ ଉନ୍ମୋଚନ ୨୭ରେ
Advertisment
Follow Us