ବିଜେପିକୁ ପ୍ରଣବଙ୍କ କଡ଼ା ସମାଲୋଚନା: ପଶ୍ଚିମ ଓଡ଼ିଶାରେ ୫ ସାଂସଦ, ହେଲେ ସ୍ବର ଉଠୁନି

Advertisment
ବିଜେପିକୁ ପ୍ରଣବଙ୍କ କଡ଼ା ସମାଲୋଚନା: ପଶ୍ଚିମ ଓଡ଼ିଶାରେ  ୫ ସାଂସଦ, ହେଲେ ସ୍ବର ଉଠୁନି

ଦେବଗଡ଼/ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକର ପଳସମା ଗାଁ ଖେଳପଡ଼ିଆଠାରେ ଆଜି ଆୟୋଜିତ ଏକ କର୍ମୀ ସମ୍ମିଳନୀରେ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି ବିଜେଡିର ସାଙ୍ଗଠାନିକ ସମ୍ପାଦକ ତଥା ସମ୍ବଲପୁରର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ। ପଶ୍ଚିମ ଓଡ଼ିଶାରେ ବିଜେପିର ୫ଜଣ ସାଂସଦ ଥାଇ ବି ଦିଲ୍ଲୀ ଦରବାରରେ ସ୍ବର ଉଠୁନି। ମିଛ ପ୍ରତିଶ୍ରୁତି ଦେଇଥିବା ଏବଂ ପ୍ରତାରଣା କରିଥିବା ବିଜେପି ନେତାଙ୍କୁ ଜବାବ ଦେବାପାଇଁ ସମୟ ଆସିଛି ବୋଲି ସେ କହିଛନ୍ତି। ପଳସମା ଗାଁରେ ପଂହଚିବା ପରେ ଦଳର କର୍ମୀମାନେ ପ୍ରଣବଙ୍କୁ ଜୋର୍‌ଦାର୍‌ ସ୍ବାଗତ୍‌ କରିଥିଲେ।

ଏହାପରେ ଜିଲ୍ଲା ବିଜେଡି ସଭାପତି ଚିତ୍ତରଞ୍ଜନ ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଥିଲେ, ଆପଣମାନେ ଆସି ମୋତେ ସମର୍ଥନ କରିବା ହିଁ ସ୍ପଷ୍ଟ କରୁଛି ଏହା ପ୍ରଚାର ନୁହେଁ, ସ୍ନେହର ସଭା। ମୁଖ୍ୟମନ୍ତ୍ରୀ ଆପଣମାନଙ୍କ ସେବା କରିବାପାଇଁ ମୋତେ ସୁଯୋଗ ଦେଇଛନ୍ତି। ଯୋଡ଼ି ଶଙ୍ଖରୁ ବିକାଶର ସ୍ବର ଶୁଭିବ ବୋଲି ସେ କହିଥିଲେ। ଆହୁରି ମଧ୍ୟ ଏଥିସହିତ ବିଜେଡି ଯେତେଦିନ ଯାଏ ଅଛି, ଓଡ଼ିଶାର ବିକାଶ ଚାଲିଥିବ ଏବଂ ମୁଖ୍ୟମନ୍ତ୍ରୀ ଏହାର ନେତୃତ୍ବ ନେବେ ବୋଲି କହିଥିଲେ। ଖାଲି ବିଧାନସଭା ନୁହେଁ, ଲୋକସଭାରେ ବି ଲୋକଙ୍କ ସ୍ବର ଉତ୍ତୋଳନ କରିବାକୁ ନବୀନଙ୍କ ହାତମୁଠା ଟାଣ କରିବାପାଇଁ ଉପସ୍ଥିତ କର୍ମୀମାନଙ୍କୁ ପ୍ରଣବ ଆହ୍ବାନ କରିଥିଲେ।

ସମାବେଶରେ ବିଜେଡି ବିଧାୟକ ପ୍ରାର୍ଥୀ ଅରୁନ୍ଧତୀ ଦେବୀ, ଜିଲ୍ଲା ପରିଷଦ ସଭାପତି କୌଶିକ ପ୍ରଧାନ, ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ପାଞ୍ଜିଆ ଭୋଇ, କେନ୍ଦୁପତ୍ର ତୋଳାଳି ସଂଘ ରାଜ୍ୟ ସମ୍ପାଦକ ସଂଜିତ ମହାନ୍ତି, ଜିଲ୍ଲାପରିଷଦ ସଦସ୍ୟା ବାସନ୍ତୀ ବେହେରା, ପୌରାଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଈ, ରିଆମାଳ ବ୍ଲକ ଅଧ୍ୟକ୍ଷ ମଧୁସୂଦନ ପ୍ରଧାନ, ରିଆମାଳ ବ୍ଲକ ସଭାପତି ବୈକୁଣ୍ଠ ପାଇକରାୟ ପ୍ରମୁଖ ମଂଚାସୀନ ଥିଲେ। ତେବେ, ବିଜେଡି ରାଜ୍ୟ ସଂପାଦକ ରୋମାଂଚ ରଞ୍ଜନ ବିଶ୍ବାଳଙ୍କୁ ବୁଧବାର ସଭାରେ ଦେଖିବାକୁ ମିଳି ନ ଥିଲା । ବିଜେଡି ଟିକେଟ ଘୋଷଣା ହେବାପରେ ସେ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe