ହସପିଟାଲରୁ ଡିସଚାର୍ଜ ହେଲେ ପ୍ରସନ୍ନ ଆଚାର୍ଯ୍ୟ

ହସପିଟାଲରୁ ଡିସଚାର୍ଜ ହେଲେ ପ୍ରସନ୍ନ ଆଚାର୍ଯ୍ୟ

ସମ୍ବଲପୁର: ଆକସ୍ମିକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥ‌ିବା ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ ହସ୍ପିଟାଲରୁ ଆଜି ଡିସ୍‌ଚାର୍ଜ ହୋଇଛନ୍ତି। ଶ୍ରୀ ଆଚାର୍ଯ୍ୟ ଗତ ମାର୍ଚ୍ଚ ୧୪ ତାରିଖରେ ବିଜେଡିର ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇ ଭୁବନେଶ୍ବରରୁ ବରଗଡ଼କୁ ଫେରୁଥିବାବେଳେ ରାତି ପ୍ରାୟ ୧୨ଟା ସମୟରେ ରେଢ଼ାଖୋଲ ଲୁହାପଙ୍କ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଗ୍ୟାସ୍ ବୋଝେଇ ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ସମେତ ଗାଡ଼ିରେ ଥିବା ତାଙ୍କ ପିଏସ୍‌ଓ ଗୁରୁତର ଆହତ ହୋଇଥିଲେ। ଗୁରୁତର ହେବାରୁ ଉଭୟଙ୍କ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏହି ଦୁର୍ଘଟଣାରେ ପ୍ରସନ୍ନଙ୍କ ମୁଣ୍ଡ, ଆଖି ଏବଂ କାନରେ ଗଭୀର ଆଘାତ ଲାଗିଥିଲା ।

ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ସେଠାରୁ ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ଅଣାଯାଇଥିଲା । ଦୁର୍ଘଟଣାର ୧୭ ଦିନ ପରେ ଡାକ୍ତରଖାନାରୁ ସଂପୂର୍ଣ୍ଣ ସୁସ୍ଥ ହୋଇ ଆଜି ପ୍ରସନ୍ନ ଆଚାର୍ଯ୍ୟ ଘରକୁ ଫେରିଛନ୍ତି । ପ୍ରକାଶଯୋଗ୍ୟ ଯେ, ଶ୍ରୀ ଆଚାର୍ଯ୍ୟ ନିଜର ପୁରୁଣା ନିର୍ବାଚନମଣ୍ଡଳୀ ରେଢ଼ାଖୋଲ ବିଧାନସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ଲାଗିଛନ୍ତି ।

ରେଢ଼ାଖୋଲ ବିଧାନସଭା କ୍ଷେତ୍ରରେ ବିଭିନ୍ନ ସାମାଜିକ ଓ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଲୋକସଂପର୍କ ରକ୍ଷା କରି ଆସୁଛନ୍ତି । ପ୍ରସନ୍ନ ଆଜି ଡାକ୍ତରଖାନାରୁ ସୁସ୍ଥ ହୋଇ ଫେରିବା ପରେ ରେଢ଼ାଖୋଲ ନିର୍ବାଚନମଣ୍ଡଳୀରେ ତାଙ୍କ ସମର୍ଥକଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି । ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ମିଠା ବାଣ୍ଟି ପ୍ରସନ୍ନଙ୍କ ସମର୍ଥକ ତଥା ବିଜେଡି କର୍ମୀ ମାନେ ଖୁସି ବ୍ୟକ୍ତ କରିଛନ୍ତି । ଡାକ୍ତରଖାନାରୁ ଫେରିବା ପରେ ତାଙ୍କ ଆଶୁଆରୋଗ୍ୟ ପାଇଁ ପ୍ରାର୍ଥନା କରିଥିବା, ଶୁଭକାମନା ଜଣାଇଥିବା ସମସ୍ତ ଦଳୀୟ କର୍ମୀ, ଶୁଭେଚ୍ଛୁମାନଙ୍କୁ ଶ୍ରୀ ଆଚାର୍ଯ୍ୟ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe