ପ୍ରେସ୍‌ କାଉନସିଲ୍‌ ଅଫ୍ ଇଣ୍ଡିଆର ସଦସ୍ୟ ହେଲେ ପ୍ରସନ୍ନ ମହାନ୍ତି

Advertisment
ପ୍ରେସ୍‌ କାଉନସିଲ୍‌ ଅଫ୍ ଇଣ୍ଡିଆର ସଦସ୍ୟ ହେଲେ ପ୍ରସନ୍ନ ମହାନ୍ତି

ଭୁବନେଶ୍ବର : ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶା ସାମ୍ବାଦିକ ୟୁନିଅନ (ଓୟୁଜେ)ର ସଭାପତି ଏବଂ ଜାତୀୟ ସାମ୍ବାଦିକ ୟୁନିଅନର ମହାସଚିବ ପ୍ରସନ୍ନ ମହାନ୍ତି ପ୍ରେସ୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆ (ପିସିଆଇ)ର ସଭ୍ୟ ଭାବେ ମନୋନୀତ ହୋଇଛନ୍ତି। ଜଣେ ଆଗଧାଡିର ରାଜନୈତିକ ସମୀକ୍ଷକ ଭାବେ ବେଶ୍ ପରିଚିତ ଶ୍ରୀ ମହାନ୍ତି ଆଗାମୀ ତିନି ବର୍ଷ ପାଇଁ ପିସିଆଇ ସଭ୍ୟ ଭାବେ ମନୋନୀତ ହୋଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଗତକାଲି ଭାରତୀୟ ପ୍ରେସ୍ କାଉନସିଲ୍ ତରଫରୁ ଶ୍ରୀ ମହାନ୍ତିଙ୍କ ମନୋନୟନ ସମ୍ପର୍କରେ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ଗଣମାଧ୍ୟମ ସୁରକ୍ଷା ଓ ସାମ୍ବାଦିକଙ୍କ ସାମୂହିକ ସ୍ୱାର୍ଥକୁ ପ୍ରାଥମିକତା ଦେଇ କାର୍ଯ୍ୟ କରିବା ଲାଗି ଏହା ଏକ ଭଲ ସୁଯୋଗ ବୋଲି ଶ୍ରୀ ମହାନ୍ତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe