ପ୍ରସନ୍ନ ନନ୍ଦ, ମନ୍ମୟ ଦାଶ ବିଧାନସଭାର ଆଇନ ପରାମର୍ଶଦାତା ନିଯୁକ୍ତ

ସୁପ୍ରିମକୋର୍ଟ ତଥା ଓଡ଼ିଶା ହାଇକୋର୍ଟର ବିଶିଷ୍ଟ ଆଇନଜୀବୀ ପ୍ରସନ୍ନ କୁମାର ନନ୍ଦ ଓ ଆଇନଜୀବୀ ମନ୍ମୟ କୁମାର ଦାଶ ଓଡ଼ିଶା ବିଧାନସଭାର ଅଧିବକ୍ତା ଓ ଆଇନ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତି।

fhffhfh

କଟକ: ସୁପ୍ରିମକୋର୍ଟ ତଥା ଓଡ଼ିଶା ହାଇକୋର୍ଟର ବିଶିଷ୍ଟ ଆଇନଜୀବୀ ପ୍ରସନ୍ନ କୁମାର ନନ୍ଦ ଓ ଆଇନଜୀବୀ ମନ୍ମୟ କୁମାର ଦାଶ ଓଡ଼ିଶା ବିଧାନସଭାର ଅଧିବକ୍ତା ଓ ଆଇନ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତି। ବାଚସ୍ପତି ସୁରମା ପାଢ଼ୀ ଉଭୟଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି। ଆଇନଜୀବୀ ଶ୍ରୀ ନନ୍ଦ ୧୯୯୫ରେ ଓକିଲାତି ଆରମ୍ଭ କରି ବହୁ ଗୁରୁତ୍ୱପୂର୍ଣ୍ଣ ମାମଲା ପରିଚାଳନା କରି ସୁନାମ ଅର୍ଜନ କରିଛନ୍ତି।

ଶ୍ରୀ ନନ୍ଦ ୨୦୧୩ରେ ମନ୍ଦିର ଭଙ୍ଗା ପ୍ରସଙ୍ଗକୁ ସୁପ୍ରିମକୋର୍ଟରେ ଉପସ୍ଥାପନ କରି କଟକ ଖାନ୍‌ନଗର ସାଇ ମନ୍ଦିର ଓ ପଞ୍ଚମୁଖୀ ହନୁମାନ ମନ୍ଦିର ସମେତ ଓଡ଼ିଶାର ଚଉଦ ହଜାର ମନ୍ଦିରକୁ ସୁରକ୍ଷା ଦେବାରେ ସଫଳ ହୋଇଥିଲେ। ଜନସାଧାରଣଙ୍କ ମଧ୍ୟରେ ଆଇନ ସଚେତନତା ସୃଷ୍ଟି କରିବା ଓ ଜେଲ୍‌ସଂସ୍କାର କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ସେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସମ୍ମାନିତ ‌ହୋଇଛନ୍ତି। ୧୯୯୬ରେ ରୋଟାରି ଇଣ୍ଟରନ୍ୟାସନଲ ପକ୍ଷରୁ ଏସିଆର ଶ୍ରେଷ୍ଠ ରୋଟ୍ରାକ୍ଟ ଭାବେ ସେ ସମ୍ମାନିତ ହୋଇଥିଲେ। ସେହିପରି ଆଇନଜୀବୀ ମନ୍ମୟ କୁମାର ଦାଶ ୧୯୯୯ରେ ଓଡ଼ିଶା ହାଇକୋର୍ଟରେ ଓକିଲାତି ଆରମ୍ଭ କରି ବହୁ ବିଭାଗରେ ମକଦ୍ଦମା ପରିଚାଳନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe