ପଙ୍ଗୁ ଲଂଘୟତେ ଗିରି: ଦୃଷ୍ଟିବାଧିତ ଏହି ୨ ଯୁବକ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ସଫଳତାର ସହ ହେଲେ ଉତ୍ତୀର୍ଣ୍ଣ

Advertisment
ପଙ୍ଗୁ ଲଂଘୟତେ ଗିରି: ଦୃଷ୍ଟିବାଧିତ ଏହି ୨ ଯୁବକ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ସଫଳତାର ସହ ହେଲେ ଉତ୍ତୀର୍ଣ୍ଣ

ଭୁବନେଶ୍ବର: କୁହାଯାଏ ଯେ, ପଙ୍ଗୁ ଲଂଘୟତେ ଗରି। ଇଚ୍ଛା ଶକ୍ତି ଥିଲେ, ଅସମ୍ଭବ କାମ ମଧ୍ୟ ସଫଳତାର ସହିତ କରିହେବ। ଏହାକୁ ପ୍ରମାଣିତ କରିଛନ୍ତି ଦୃଷ୍ଟିବାଧିତ ଯୁବକ ପ୍ରସନ୍ନ ପଣ୍ଡା ଓ ପ୍ରାଚୁର୍ଯ୍ୟ ପ୍ରଧାନ। ଉଭୟ ପ୍ରସନ୍ନ ଏବଂ ପ୍ରାଚୁର୍ଯ୍ୟ ଆଜି ପ୍ରକାଶିତ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା-୨୦୨୦ (ଓସିଏସ୍)ରେ ଯଥାକ୍ରମେ ୨୬୨ ଓ ୨୯୨ ରାଙ୍କରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ସୂଚନାଯୋଗ୍ୟ, ପ୍ରାଚୁର୍ଯ୍ୟ ପ୍ରଧାନ ଅର୍ଥନୀତିରେ ସ୍ନାତକୋତ୍ତର ପରେ ରେଭେନ୍ସା ବିଶ୍ବବିଦ୍ୟାଳୟରେ ପିଏଚ୍ଡି କରୁଛନ୍ତି। ସେହିପରି ପ୍ରସନ୍ନ ପଣ୍ଡା ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ପରେ ଦିଲ୍ଲୀସ୍ଥିତ ଜୱାହରଲାଲ ନେହରୁ ବିଶ୍ବବିଦ୍ୟାଳୟରେ ଅନ୍ତର୍ଜାତୀୟ ସଂପର୍କ ବିଷୟରେ ପିଏଚ୍ଡି କରୁଛନ୍ତି।

ଉଭୟ ପ୍ରାଚୁର୍ଯ୍ୟ ଓ ପ୍ରସନ୍ନଙ୍କ ସଫଳତାରେ ଓଡ଼ିଶା ହୃଷ୍ଟିବାଧିତ ସଂଗଠନର ସଭାପତି ତଥା ରାଜ୍ୟର ପ୍ରଥମ ଦୃଷ୍ଟିବାଧିତ ଓଡ଼ିଶା ପ୍ରଶାସନିକ ଅଧିକାରୀ ସନ୍ନ୍ୟାସୀ କୁମାର ବେହେରା ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ଉଭୟ ପ୍ରସନ୍ନ ଓ ପ୍ରାଚୁର୍ଯ୍ୟ ସମାଜର ଗରିବ ଶ୍ରେଣୀରେ ବସବାସ କରୁଥିବା ଲୋକଙ୍କ ସେବାରେ ନିଜକୁ ସମର୍ପିତ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe