ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ କଟକ ବଡ଼ ମେଡିକାଲରେ ଭର୍ତ୍ତି

Advertisment
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ କଟକ ବଡ଼ ମେଡିକାଲରେ ଭର୍ତ୍ତି

Collegedunia

ଖୋର୍ଦ୍ଧା/କଟକ: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଥିବାର ଖବର ମିଳିଛି। ଭୋର ୪ଟା ସମୟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅସୁସ୍ଥତା ହେତୁ ତାଙ୍କୁ ଖୋର୍ଦ୍ଧା ଜେଲରୁ ଅଣାଯାଇଥିବା ନେଇ ପ୍ରଶାନ୍ତ ଜଗଦେବଙ୍କ ଓକିଲ ସୂଚନା ଦେଇଛନ୍ତି। ତାଙ୍କୁ ମେଡିସିନ୍ ଆଇସିୟୁରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି।

publive-image

ତାଙ୍କର ସ୍ପାଇନାଲ କର୍ଡ ସହିତ ମଧୁମେହ ଆଦି ବହୁତ ସମସ୍ୟା ଅଛି ବୋଲି ବିଧାୟକଙ୍କ ଓକିଲ କୋର୍ଟରେ ଅପିଲ କରିଥିଲେ। ଏହାପରେ କୋର୍ଟଙ୍କ ଆଦେଶକ୍ରମେ ଜେଲରେ ପ୍ରଶାନ୍ତ ଜଗଦେବଙ୍କର ସ୍ବାସ୍ଥ୍ୟାବସ୍ଥାର ଯାଞ୍ଚ କରାଯାଇଥିଲା। ତାପରେ କୋର୍ଟ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି।

ପ୍ରଶାନ୍ତ ଜଗଦ୍ଦେବଙ୍କ ଡାଇବେଟିସ ବଢିଯାଇଥିବା ଚିକିତ୍ସା କରିଥିବା ଡାକ୍ତର ସୂଚନା ଦେଇଛନ୍ତି। ମେଡ଼ିସିନ, ହୃଦ ବିଭାଗ ଓ ଏଣ୍ଡୋ କ୍ରାଇନ ବିଭାଗର ଡାକ୍ତରଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ସେମାନେ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି। ଏହା ସହ ତାଙ୍କର ଆବଶ୍ୟକୀୟ ପରୀକ୍ଷା  ମଧ୍ୟ କରାଯାଇଛି। ଆଜି ତାଙ୍କର ଇକୋ କରାଯିବ ଏବଂ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ବୋଲି ଏସସିବି ଅଧୀକ୍ଷକ ପ୍ରଫେସର ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ବେଗୁନିଆ ଅନ୍ତର୍ଗତ କାଉଁରୀପାଟଣା ପ୍ରକଳ୍ପ ବିଦ୍ୟାଳୟର ୧୧୪ ନମ୍ବର ବୁଥରେ ମାରପିଟ୍, ଗଣ୍ଡଗୋଳ, ଇଭିଏମ୍ ଭଙ୍ଗାରୁଜା ଅଭିଯୋଗରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରାଯାଇଥିଲା। ପରେ ତାଙ୍କୁ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ ଆବାସିକ କାର୍ଯ୍ୟାଳୟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ପ୍ରଶାନ୍ତଙ୍କୁ ଖୋର୍ଦ୍ଧା ଜେଲ ହାଜତକୁ ପଠାଇ ଦିଆଯାଇଥିଲା ପ୍ରିଜାଇଡିଂ ଅଫିସର ଜ୍ଞାନରଞ୍ଜନ ତ୍ରିପାଠୀଙ୍କ ଅଭିଯୋଗ ଆଧାରରେ ପ୍ରଶାନ୍ତ ଜଗଦେବଙ୍କୁ ପୁଲିସ ଗିରଫ କରିଥିଲା।

ଅନ୍ୟପଟେ ପ୍ରଶାନ୍ତଙ୍କ ଗିରଫଦାରୀକୁ ନେଇ ବିଜେପି କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।  ଏହାକୁ ଖୋର୍ଦ୍ଧା ପୁଲିସର ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି  ବିଜେପି ନେତା ନିକୁଞ୍ଜ ପଟ୍ଟନାୟକ ଅଭିଯୋଗ ଆଣିଛନ୍ତି। ଖାଲି ସେତିକି ନୁହେଁ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଗତକାଲି ସିସିଟିଭି ଫୁଟେଜ୍ ଆଧାରରେ ପ୍ରଶାନ୍ତ ଜଗଦେବ ଇଭିଏମ୍ ଭାଙ୍ଗି ନଥିବା ଦର୍ଶାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe