ବିଜେପିରେ ଯୋଗ ଦେଇପାରନ୍ତି ପ୍ରଶାନ୍ତ ଜଗଦେବ

ଖୋର୍ଦ୍ଧା ଇତିହାସରେ ବିଜେପିର ପ୍ରଥମ ବିଜୟ; ହାରିଲେ ବିଜେଡିର ହାଟ୍ରିକ୍‌ ବିଧାୟକ ରାଜେନ୍ଦ୍ର

ଭୁବନେଶ୍ୱର: ବିଜେପିରେ ଯୋଗ ଦେଇପାରନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ। ଆଜି ଅପରାହ୍ନରେ ସେ ପଦ୍ମ ଧରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି | ବିଜେପିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ଦଳରେ ଯୋଗଦେଇପାରନ୍ତି | ଉଲ୍ଲେଖ ଥାଉ କି କିଛିଦିନ ତଳେ ବିଜେଡି ସାଂସଦ ସସ୍ମିତ ପାତ୍ର ବି ଏଭଳି କିଛି ଇଙ୍ଗିତ ଦେଇଥିଲେ । ସେ କହିଥିଲେ ଯେ ଚିଲିକାର ତତ୍‌କାଳୀନ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବ ବିଜେପିର ବାଲୁଗାଁ ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ୨୦୨୧ ‌ସେପ୍ଟେମ୍ବରରେ ବାଲୁଗାଁଠାରେ ଆକ୍ରମଣ କରିଥିଲେ।

ଶ୍ରୀ ଜଗଦେବଙ୍କୁ ତୁରନ୍ତ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳରୁ ନିଲମ୍ବନ କରିଥିଲେ। ପରେ ବିଜେଡି ସଭାପତି ତାଙ୍କୁ ଦଳରୁ ବହିଷ୍କାର କରିଥିଲେ। କାରଣ ମୁଖ୍ୟମନ୍ତ୍ରୀ ଗୁଣ୍ଡାଗର୍ଦ୍ଦି ଉପରେ ବିଶ୍ୱାସ କରନ୍ତି ନାହିଁ। ତେବେ ସେହି ଶ୍ରୀ ଜଗଦେବଙ୍କୁ ଫୁଲମାଳ ପିନ୍ଧାଯିବା ସହିତ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଆଶୀର୍ବାଦ ଓ ନିୟମିତ ବୈଠକ ଯୋଗୁଁ ବିଜେପିରେ ଯୋଗ ଦେବାକୁ ପ୍ରସ୍ତୁତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe