ମୁଁ ଅନୁତପ୍ତ ନୁହେଁ, ବିଜେପି ଷଡଯନ୍ତ୍ର କରିଥିଲା

Advertisment

ଜାମିନ୍‌ରେ ଆସିବା ପରେ ପ୍ରଶାନ୍ତ ଜଗଦ୍ଦେବଙ୍କ ବୟାନ, ଏହା ପାଗଳର ପ୍ରଳାପ: ପୃଥ୍ବୀରାଜ ହରିଚନ୍ଦନ

ଜାମିନ୍‌ରେ ଆସିବା ପରେ ପ୍ରଶାନ୍ତ ଜଗଦ୍ଦେବଙ୍କ ବୟାନ, ଏହା ପାଗଳର ପ୍ରଳାପ: ପୃଥ୍ବୀରାଜ ହରିଚନ୍ଦନ

ଖୋର୍ଦ୍ଧା ଇତିହାସରେ ବିଜେପିର ପ୍ରଥମ ବିଜୟ; ହାରିଲେ ବିଜେଡିର ହାଟ୍ରିକ୍‌ ବିଧାୟକ ରାଜେନ୍ଦ୍ର

ଭୁବନେଶ୍ବର : ବାଣପୁର ବ୍ଲକ ଅଫିସ୍‌ ସାମ୍ନାରେ ଲୋକଙ୍କ ଉପରେ ଗାଡ଼ି ଚଢ଼ାଇଦେବା ଘଟଣା ପାଇଁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଅନୁତପ୍ତ ନୁହନ୍ତି ବୋଲି କହିଛନ୍ତି। ଏହି ଘଟଣାରେ ଶ୍ରୀ ଜଗଦ୍ଦେବ ସୁପ୍ରିମକୋର୍ଟରୁ ଜାମିନ୍ ପାଇବା ପରେ ଆଜି ବିଧାନସଭା ଆସିଥିଲେ। ଏହି ଅବସରରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ସେଦିନ ବାଣପୁର ବ୍ଲକ କାର୍ଯ୍ୟାଳୟରେ ଯାହା ଘଟିଥିଲା ତାହା ବିଜେପିର ଷଡଯନ୍ତ୍ର ଥିଲା। ବାଣପୁର ବ୍ଲକ ଅଫିସରେ ବିଜେପି କର୍ମୀମାନେ ମୋତେ ଯୋଜନାବଦ୍ଧ ଭାବେ ଆକ୍ରମଣ କରିଥିଲେ। ମୋତେ ମାରିବାକୁ ଉଦ୍ୟମ କରି ଠେଙ୍ଗାରେ ପିଟି ଚାଲିଥିଲେ। ହଠାତ୍ ମୁଁ ବ୍ଲାକଆଉଟ୍‌ ହୋଇଯିବାରୁ ଏକ୍ସିଲେରେଟରରେ ଗୋଡ଼ ପଡ଼ିଯାଇଥିଲା। ଯେଉଁଥିପାଇଁ ଗାଡ଼ି ମାଡ଼ି ଯାଇଥିଲା। ମୋତେ ଫସାଇବା ପାଇଁ ବିଜେପି କର୍ମୀ ମୋ ଗାଡ଼ିର ନମ୍ବର ପ୍ଲେଟ୍ ବଦଳାଇବା ସହ ମଦ ରଖିଦେଇଥି‌େଲ। ମୋତେ ନିଲମ୍ବନ କରାଯାଇଥିଲେ ବି ମୁଁ ବିଜେଡିରେ ଅଛି। ବିଜେଡି ପାଇଁ କାମ କରୁଛି। ନିର୍ବାଚନ ବେଳେ ଟିକେଟ ମିଳିବ କି ନାହିଁ ତାହା ଦଳ ନିଷ୍ପତ୍ତି ନେବ।

ପ୍ରଶାନ୍ତ ଜଗଦ୍ଦେବଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଏହା ପାଗଳର ପ୍ରଳାପ। ତାଙ୍କ କହିବା ଅର୍ଥ ସେଦିନ ଘଟଣାସ୍ଥଳରେ ଥିବା ସବୁ ଲୋକ ଭୁଲ୍‌ , ସେ ଏକ ସତ କହୁଛନ୍ତି। ବିଧାୟକ ସେଦିନ ନିଶାଗ୍ରସ୍ତ ଅବସ୍ଥାରେ ଲୋକଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିଲେ। ଏଭଳି ଆସୁରିକ ପ୍ରବୃତ୍ତି ଜଣେ ବିଧାୟକ ପ୍ରଦର୍ଶନ କରିବା ପରେ ଅନୁତପ୍ତ ନୁହେଁ ବୋଲି କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏଭଳି ଲୋକଙ୍କୁ ପାଗଳଖାନାରେ ରଖିବା ଦରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe