ବାଲେଶ୍ୱର ସହରର କାନ୍ଥବାଡ଼ରେ ଲାଗିଲା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନିଖୋଜ ପୋଷ୍ଟର

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନିଖୋଜ ପୋଷ୍ଟର: ସୋସିଆଲ ମିଡିଆରେ ଭାଇରାଲ କରିଥିବା ୫ ଜଣଙ୍କ ନାଁରେ ଏତଲା

ବାଲେଶ୍ୱର: ରବିବାର ସକାଳେ ବାଲେଶ୍ୱର ବାସିନ୍ଦା ରାସ୍ତାକୁ ବାହାରିଥିଲା ବେଳେ ହଠାତ ବାଲେଶ୍ୱର ସହରର କାନ୍ଥବାଡ଼ରେ କେନ୍ଦ୍ରମନ୍ତ୍ରୀଙ୍କ ପୋଷ୍ଟର ଲାଗିଥିବା ଦେଖିବାକୁ ପାଇଥିଲେ। କାନ୍ଥବାଡ଼ରେ ଲାଗିଥିବା ପୋଷ୍ଟରଗୁଡ଼ିକରେ କେନ୍ଦ୍ରମନ୍ତ୍ରୀ ନିଖୋଜ ହୋଇଥିବା ଉଲ୍ଲେଖ ଥିବା ଦେଖି ବାଲେଶ୍ୱର ବାସିନ୍ଦା ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପୋଷ୍ଟର ସୌଜନ୍ୟରେ ‘ବାଲେଶ୍ୱର ପିପୁଲ୍’ ଲେଖାଯାଇଛି।

ସୂଚନାଯୋଗ୍ୟ, ଆଜି ସକାଳେ ବାଲେଶ୍ୱର ବାସିନ୍ଦା ସହରର କାନ୍ଥବାଡରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ନିଖୋଜ ହୋଇଯାଇଥିବା ପୋଷ୍ଟର ଲାଗିଥିବା ଦେଖିବାକୁ ପାଇଥିଲେ। ଏହି ପୋଷ୍ଟରଟିକୁ ଦେଖି ବାସ୍ତବରେ ପ୍ରତାପ ଷଡଙ୍ଗୀ ନିଖୋଜ ହୋଇଯାଇଛନ୍ତି ବୋଲି ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥିଲା। ପାଖକୁ ଯାଇ ପୋଷ୍ଟରେ କ’ଣ ଲେଖା ହୋଇଛି ଦେଖିଲା ବେଳକୁ ସେଥିରେ ଲେଖାଥିଲା ‘ସାହାଯ୍ୟ କର, ଆମର ଏମ୍‌ପି ନିଖୋଜ ହୋଇଯାଇଛନ୍ତି। ତାଙ୍କୁ ଖୋଜିବାରେ ସାହାଯ୍ୟ କର।’

ତେବେ ଏହି ଘଟଣା ପରେ ସହରରେ ଚାଞ୍ଚଲ୍ୟ ଖେଳିଯାଇଛି। ପୁଲିସକୁ ଏହି ଘଟଣା ସମ୍ପର୍କରେ ଖବର ମିଳିବା ପରେ କିଏ ଏଭଳି ଘଟଣା ଘଟାଇଛି ତାହାକୁ ନେଇ ଖୋଳତାଡ଼ ଆରମ୍ଭ କରି ଦେଇଛି।

publive-image

ଏଭଳି ନିଖୋଜ ପୋଷ୍ଟର ଲାଗିବା ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ହଁ ମୁଁ ଶାରୀରିକ ଭାବେ ହୁଏତ ସହରରେ ଉପସ୍ଥିତ ନାହିଁ। କିନ୍ତୁ ମୋର ଟିମ୍‌ ଯଥାସମ୍ଭବ ପ୍ରବାସୀ ଶ୍ରମିକମାନଙ୍କୁ କିପରି ନିଜ ଘରକୁ ଫେରାଇ ଆଣି ହେବ ସେଥିପାଇଁ କାମ କରି ଚାଲିଛନ୍ତି। ଏନେଇ ପ୍ରତିଦିନ ଜିଲ୍ଲା ପ୍ରଶାସନ ସହ ମୁଁ ଆଲୋଚନା ଜାରି ରଖିଛି। ଯିଏ ଏଭଳି କାମ କରିଛି ସେମାନଙ୍କୁ ମୋର କିଛି କହିବାର ନାହିଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe