ଭୁବନେଶ୍ବର: ଆଜି ରସଗୋଲା ଦିବସ। ଆଜି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ନିଜ ପ୍ରତିକ୍ରିୟାରେ କହିଛନ୍ତି, ରସଗୋଲାକୁ ନେଇ ଅତୀତରେ ଯେଉଁ ବିବାଦ ସୃଷ୍ଟି ହୋଇଥିଲା, ତାହା ଅତୀତ। ବର୍ତ୍ତମାନ ସେ ବିବାଦ ଆଉ ନାହିଁ। ଜିଆଇ ଟ୍ୟାଗ ମିଳିସାରିଛି। ସତ୍ୟ କେବେ ଲୁଚେ ନାହିଁ। ଆରାଧ୍ୟ ଦେବତା ଆମର ପ୍ରଭୁ ଶ୍ରୀଜଗନ୍ନାଥ। ମାଦଳା ପାଞ୍ଜିଠୁ ନେଇ ଇତିହାସକୁ ଗଲେ ବି ଏ ପ୍ରଥା ଓ ପରମ୍ପରା ବହୁ ପୁରାତନ ଏବଂ ପ୍ରାଚୀନ। ଏହାର ମହତ୍ତ୍ଵକୁ କେହି ଅଣଦେଖା କରି ପାରିବେ ନାହିଁ। ନୂଆ ଯୁଗରେ ଯଦି ୟାକୁ କିଏ କହିବ ଆମର ତେବେ ତାହାର କୌଣସି ଭିତ୍ତି ନାହିଁ। ସତ୍ୟ ସବୁବେଳେ ସତ୍ୟ। ସତ୍ୟ ହେଉଛି ରସଗୋଲା ଜଗନ୍ନାଥ ପାଖରେ ଭୋଗ ଲାଗେ। ଓଡ଼ିଆ ସଂସ୍କୃତି ଓ ଜଗନ୍ନାଥ ସଂସ୍କୃତି ଯେତିକି ପୁରୁଣା ରସଗୋଲା ମଧ୍ୟ ସେତିକି ପୁରୁଣା। ତେଣୁ ଆଜିର ତାରିଖରେ ସେମିତି କୌଣସି ବିବାଦ ନାହିଁ। ତେଣୁ ଆଗାମୀ ଦିନ ମଧ୍ୟ ଠିକରେ ଚାଲିବ। ସେଥିପାଇଁ ଏହି ବିବାଦରୁ ବାହାରି ଆମେମାନେ ଆଗକୁ ବଢ଼ିବା ଉଚିତ ।
ରସଗୋଲା କ୍ଲଷ୍ଟର କରିବା ଦିଗରେ ଆମର କାର୍ଯ୍ୟକ୍ରମ ଜାରି ରଖିଛୁ। ତାହା ଆଗକୁ ବଢୁଛି। ସେଇଟା ଯେତିକି ସରକାରଙ୍କ ଉପରେ ନୁହେଁ ସେତିକି ବ୍ୟବସାୟୀଙ୍କ ଉପରେ ନିର୍ଭର କରୁଛି। ତାକୁ ସେଇଟା ସେମାନେ କେତେ ପପୁଲାର କରାଇବେ। ସରକାରଙ୍କ କାମ ହେଉଛି ପ୍ରୋତ୍ସାହନ ଦେବା। ସରକାର ସେ କଥା ଆଗରୁ କରିବା ସହ ଘୋଷଣା କରି କାର୍ଯ୍ୟରତ ଅଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us