ସଂସ୍କୃତରେ ଶପଥ ନେଲେ ପ୍ରତାପ ଷଡ଼ଙ୍ଗୀ, ଜୋରଦାର ସ୍ୱାଗତ କଲେ ସମସ୍ତ ସାଂସଦ

Advertisment
ସଂସ୍କୃତରେ ଶପଥ ନେଲେ ପ୍ରତାପ ଷଡ଼ଙ୍ଗୀ, ଜୋରଦାର ସ୍ୱାଗତ କଲେ ସମସ୍ତ ସାଂସଦ

ନୂଆଦିଲ୍ଲୀ: ସାଂସଦ ନିର୍ବାଚିତ ହେବା ପର ଠାରୁ ଚର୍ଚ୍ଚାରେ ଅଛନ୍ତି ପ୍ରତାପ ଷଡ଼ଙ୍ଗୀ।  ପ୍ରଥମେ ସଂସ୍କୃତରେ ସାକ୍ଷାତକାର ପରେ ଆଜି ସଂସଦରେ ସଂସ୍କୃତରେ ସାଂସଦ ଭାବେ ଶପଥ ନେଇଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ।  ତେବେ ପ୍ରତାପଙ୍କ ନାମ ଡକାଯିବାବେଳେ ସଂସଦରେ ସମସ୍ତ ସଦସ୍ୟ ଟେବୁଲକୁ ବାଡେଇ ତାଙ୍କୁ ସ୍ୱାଗତ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।  ପୂର୍ବରୁ ପ୍ରତାପ ସଂସ୍କୃତ ଭାଷାରେ ଦୂରଦର୍ଶନକୁ ଏକ ସାକ୍ଷାତକାର ଦେଇଥିଲେ, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା।  ମନ୍ତ୍ରୀ ଭାବେ ଶପଥ ଗ୍ରହଣ ଉତ୍ସବରେ ପ୍ରତାପ ହିନ୍ଦୀରେ ଶପଥ ନେଇଥିଲେ। ପ୍ରତାପଙ୍କ ଭଳି ଡ. ହର୍ଷବର୍ଦ୍ଧନ ମଧ୍ୟ ସଂସ୍କୃତରେ ଶପଥ ନେଇଥିଲେ |

publive-image

ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ଭୋଜପୁରୀ ଭାଷାରେ ଶପଥ ନେବାକୁ ଚାହିଁଥିଲେ ବିହାରର ମହାରାଜଗଞ୍ଜ ସାଂସଦ ଜନାର୍ଦ୍ଦନ ସିଂହ,  କିନ୍ତୁ ତାଙ୍କ ଅନୁରୋଧକୁ ସ୍ୱୀକାର କରାଯାଇନଥିଲା । ଏହାଫଳରେ ତାଙ୍କୁ ହିନ୍ଦୀରେ ଶପଥ ନେବାକୁ ପଡିଥିଲା |

ଜନାର୍ଦ୍ଦନଙ୍କ ଭଳି ବିଜେପିର ରାଜୀବ ପ୍ରତାପ ରୁଡ୍ଡି ମଧ୍ୟ ଭୋଜପୁରୀରେ ଶପଥ ନେବାକୁ ଚାହିଁଥିଲେ | ତାଙ୍କୁ ବି ନିରାଶ ହେବାକୁ ପଡିଛି | ପ୍ରକୃତ କଥା ହେଉଛି ଯେ ଭୋଜପୁରୀ ଭାଷା ସମ୍ବିଧାନର ୮ମ ଅନୁସୂଚୀରେ ସାମିଲ ହୋଇନାହିଁ | ଫଳରେ କୌଣସି ବି ସାଂସଦ ଭୋଜପୁରୀରେ ଶପଥ ନେଇପାରିବେ ନାହିଁ | ବିହାରର କିଛି ସାଂସଦ ମୈଥିଳି ଭାଷାରେ ଶପଥ ନେଇଥିଲେ, କାରଣ ଏହି ଭାଷାଟି ୮ମ ଅନୁସୂଚୀରେ ସାମିଲ ହୋଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe