ପୁରୀ: ଆଜି ମାର୍ଗଶୀର କୃଷ୍ଣପକ୍ଷ ଅଷ୍ଟମୀ ତିଥି। ଏହାକୁ ପ୍ରଥମାଷ୍ଟମୀ ତଥା ପଢ଼ୁଆଁ ଅଷ୍ଟମୀ ବୋଲି କୁହାଯାଏ। ଉତ୍କଳର ପ୍ରତି ଓଡ଼ିଆ ଘରେ ଜ୍ୟେଷ୍ଠମାନଙ୍କୁ ପଢ଼ୁଆଁ କରାଯାଇଥାଏ। ତେବେ ଶ୍ରୀଜଗନ୍ନାଥ ହେଉଛନ୍ତି ଅଖିଳ ବ୍ରହ୍ମାଣ୍ଡନାଥ। ସେ ହେଉଛନ୍ତି ବଡ଼ ଠାକୁର। ବଡ଼ ଠାକୁର ହିସାବରେ ଶ୍ରୀଜଗନ୍ନାଥଙ୍କୁ ଶ୍ରୀମନ୍ଦିରରେ ପଢ଼ୁଆଁ କରାଯିବ। ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସକାଳ ଧୂପ ଓ ପ୍ରଥମ ଭୋଗ ମଣ୍ଡପ ବଢ଼ିବା ପରେ ଶ୍ରୀଜଗନ୍ନାଥଙ୍କ ବେଶ ଅନୁଷ୍ଠିତ ହେବ। ବେଶରେ ନୂଆ ଲୁଗା ସହ ବିଭିନ୍ନ ଅଳଙ୍କାର ଲାଗି ଓ ସ୍ୱତନ୍ତ୍ର ବନ୍ଦାପନା ପରେ ମଧ୍ୟାହ୍ନ ଧୂପ ବଢ଼ିବା ପରେ ମହାପ୍ରଭୁଙ୍କୁ ପଢ଼ୁଆଁ କରାଯିବ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us