ପ୍ରତିଭା ଶତପଥୀ ପାଇବେ ରାଷ୍ଟ୍ରୀୟ କବିର ସମ୍ମାନ

୩ ଲକ୍ଷ ଟଙ୍କାର ଅର୍ଥରାଶି ସହ ସଦ୍‌ଗୁରୁ କବିର ମହୋତ୍ସବରେ ସମ୍ମାନିତ ହେବେ

ପ୍ରତିଭା ଶତପଥୀ ପାଇବେ ରାଷ୍ଟ୍ରୀୟ କବିର ସମ୍ମାନ

ଭୁବନେଶ୍ୱର: ଲବ୍ଧ ପ୍ରତିଷ୍ଠିତ କବି ପ୍ରତିଭା ଶତପଥୀ ପାଇବେ ମର୍ଯ୍ୟାଦାଜନକ ରାଷ୍ଟ୍ରୀୟ କବିର ସମ୍ମାନ। ୨୦୧୪-୧୫ ବର୍ଷ ପାଇଁ ସେ ଏହି ସମ୍ମାନ ଲାଭ କରିବେ। ମଧ୍ୟପ୍ରଦେଶ ଶାସନ ସଂସ୍କୃତି ବିଭାଗ ପକ୍ଷରୁ ଭାରତୀୟ ଭାଷାରେ କବିତା ରଚନା କ୍ଷେତ୍ରରେ ଦିଆଯାଉଥିବା ଏହି ସମ୍ମାନର ଅଧିକାରିଣୀ ହୋଇଛନ୍ତି ଶ୍ରୀମତୀ ଶତପଥୀ। ସମ୍ମାନ ସ୍ୱରୂପ ତାଙ୍କୁ ୩ ଲକ୍ଷ ଟଙ୍କାର ନଗଦ ଅର୍ଥରାଶି ସମେତ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଧିତ କରାଯିବ। ଆସନ୍ତା ନଭେମ୍ବର ୧୦ ତାରିଖରେ ଭୋପାଳରେ ଆୟୋଜିତ ହେବାକୁ ଯାଉଥିବା ‘ସଦ୍‌ଗୁରୁ କବିର ମହୋତ୍ସବ’ରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ନଭେମ୍ବର ୨୭ ତାରିଖରେ ସେ ନିଜର ଜନ୍ମଦିନ ପାଳିବାକୁ ଯାଉଥିବା ବେଳେ ଏହାର ୨୦ ଦିନ ପୂର୍ବରୁ ତାଙ୍କୁ ଏହିଭଳି ଏକ ଜନ୍ମଦିନର ଭେଟି ମିଳିଛି।

ଆଜି ଏ ସମ୍ମାନ ଘୋଷଣା ପରେ ସେ ନିଜର ପ୍ରତିକ୍ରିୟାରେ କହିଛନ୍ତି, ଏହି ପୁରସ୍କାର ସମଗ୍ର କାବ୍ୟ ଜଗତକୁ ସ୍ୱୀକୃତି। ବିଶେଷକରି ସନ୍ଥ କବିରଙ୍କ ନାମରେ ଏହି ସମ୍ମାନ ମିଳିଥିବାରୁ ମୁଁ ବହୁତ ଆନନ୍ଦିତ। ମୋର କବିତାର ସୃଷ୍ଟି ହେଉ କି ଏ ସମ୍ମାନ, ସବୁ ସରସ୍ୱତୀଙ୍କ କୃପାରୁ ସମ୍ଭବ ହୋଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe