କନ୍ଧମାଳରୁ ପୁଣି ପ୍ରତ୍ୟୁଷା!

Advertisment
କନ୍ଧମାଳରୁ ପୁଣି ପ୍ରତ୍ୟୁଷା!

ଫୁଲବାଣୀ, (ବଟକୃଷ୍ଣ ବିହାରୀ): ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ଓଡିଶାରେ ରାଜନୀତି ସରଗରମ ହୋଇ ପଡିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଗତକାଲି କେନ୍ଦ୍ରାପଡାରେ ମହିଳା ମିସନ ଶକ୍ତି ସମାବେଶରେ ମୁଖ୍ୟମନ୍ତ୍ରୀ ତଥା ବିଜେଡିର ସୁପ୍ରିମୋ ନବୀନ ପଟନାୟକ ଏଥର ଲୋକସଭାରେ ୩୩ ପ୍ରତିଶତ ମହିଳା ପ୍ରାର୍ଥୀ ହେବେ। ଅର୍ଥାତ ଏଥର ଓଡିଶାର ୨୧ ଆସନ ମଧ୍ୟରୁ ୭ଟି ଆସନରେ ମହିଳା ଲଢିବେ। ଏସବୁ ଆସନରେ କେଉଁମାନେ ଲଢିବେ ସ୍ପଷ୍ଟ ହୋଇ ନଥିବା ବେଳେ କନ୍ଧମାଳରେ ଏହାକୁ ନେଇ ରାଜନୀତି ଜୋର ଧରିଛି।

ବର୍ତ୍ତମାନର କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ବରୀ ପୁଣି ପ୍ରାର୍ଥୀ ହେବା ପକ୍କା ବୋଲି ଦଳୀୟ ନେତା,କର୍ମୀ ଓ ସମର୍ଥକଙ୍କ ମହଲରେ ଆଲୋଚନା ଆରମ୍ଭ ହୋଇ ଯାଇଛି। ଏମତିକି ପ୍ରତୁଷ୍ୟାଙ୍କୁ ଫୋନ କରି ଅଭିନନ୍ଦନ ଜଣାଇବା ଆରମ୍ଭ ହୋଇ ଯାଇଛି। ୨୦୧୪ ନିର୍ବାଚନରେ ନୟାଗଡ ରାଜନୀତିରେ ଜଣାଶୁଣା କଂଗ୍ରେସର ହେଭିୱେଟ ନେତା ତଥା ସାଂସଦ ପ୍ରତ୍ୟୁଷାଙ୍କ ସ୍ବାମୀ ସ୍ବର୍ଗତ ହେମେନ୍ଦ୍ର ସିଂ ଦଳ ଛାଡି ବିଜେଡିରୁ ପ୍ରାର୍ଥୀ ହୋଇଥିଲେ। ସେ କଂଗ୍ରେସର ହରିହର କରଣଙ୍କୁ ୩ ଲକ୍ଷରୁ ଉର୍ଦ୍ଧ୍ବ ଭୋଟ ବ୍ୟବଧାନରେ ହରାଇ ବିଜୟୀ ହୋଇଥିଲେ। ବିଜେପିର ସୁକାନ୍ତ ପାଣିଗ୍ରାହୀ ତୃତୀୟ ସ୍ଥାନରେ ରହିଥିଲେ। ତାପରେ ହେମେନ୍ଦ୍ରଙ୍କ ପରଲୋକ ହୋଇଥିଲା। କନ୍ଧମାଳ ଲୋକସଭା ଆସନ ପାଇଁ ଉପନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିଲା। ଏଠାରୁ ଅନୁକମ୍ପା ଭୋଟ ହାତେଇବା ନିମନ୍ତେ ରାଜନୀତିରେ ସମ୍ପୂର୍ଣ୍ଣ ଅନଭିଜ୍ଞ ହେମେନ୍ଦ୍ରଙ୍କ ପତ୍ନୀ ପ୍ରତ୍ୟୁଷାଙ୍କୁ ପ୍ରାର୍ଥୀ କରିଥିଲା। ସେ ପାଖାପାଖି ୪ ଲକ୍ଷରୁ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ଏମିତି କି ସ୍ବାମୀ ହେେମନ୍ଦ୍ରଙ୍କ ରେକର୍ଡ ଭାଙ୍ଗି ଦେଇଥିଲେ। ପ୍ରତ୍ୟୁଷା ୪ ଲକ୍ଷ ୭୭ ହଜାର ୫୨୯ ଖଣ୍ଡ ଭୋଟ ପାଇଥିବା ବେଳେ ଦ୍ବିତୀୟ ସ୍ଥାନରେ ଥିବା ବିଜେପିର ରୁଦ୍ରମାଧାବ ରାୟ ୧ଲକ୍ଷ ୭୮ ହଜାର ୬୬୧ ଓ ତୃତୀୟ ସ୍ଥାନରେ ଥିବା କଂଗ୍ରେସ ପ୍ରାର୍ଥୀ ଅଭିମନ୍ୟୁ ବେହେରା ମାତ୍ର ୯୦ହଜାର ୫୩୬ ଖଣ୍ଡ ଭୋଟ ପାଇଥିଲେ। ଆସନ୍ତା ୨୦୧୯ ନିର୍ବାଚନରେ ପ୍ରତ୍ୟୁଷା ପୁନର୍ବାର ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହୋଇଥିବା ବେଳେ ତାଙ୍କୁ କିଛି ଦଳୀୟ ନେତା ଓ କର୍ମୀ ବିରୋଧ କରିବା ଆରମ୍ଭ କରି ଦେଇଥିଲେ। ସେମାନଙ୍କ ଅଭିଯୋଗ ପ୍ରତ୍ୟୁଷା ଦଳୀୟ ନେତା ଓ କାର୍ଯ୍ୟକର୍ତାଙ୍କୁ କୌଣସି କାମରେ ପଚାରୁ ନାହାନ୍ତି। ଏଥିରେ ରାଜନୀତିର ଗନ୍ଧ ଥିବା ଏବଂ ଜଣେ ଶାସକ ଦଳର ନେତାଙ୍କ ଭୂମିକା ଥିବା କୁହାଯାଉଥିଲା। ଏହା ବାଦ ପ୍ରତ୍ୟୁଷା ନାଁରେ ସେମିତି କିଛି ଅଭିଯୋଗ ନାହିଁ। ଭାବମୂର୍ତ୍ତି ମଧ୍ୟ ଭଲ ରହିଛି। ଏଥର ପୁଣି ସେ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ଯଦି ସୁପ୍ରିମୋ ସୁଯୋଗ ଦିଅନ୍ତି ପୁଣି ରହିବି ଓ ଲୋକଙ୍କ ସେବା କରିବି ବୋଲି ପ୍ରତୁଷ୍ୟା ପ୍ରତ୍ରିକ୍ରିୟାରେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe