ପୃଥ୍ୱୀବଲ୍ଲଭଙ୍କ ଶକ୍ତି ପ୍ରଦର୍ଶନ: ବାପା ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଶ୍ରଦ୍ଧାଂଜଳି ଜଣାଇ ବେଗୁନିଆରେ ଆରମ୍ଭ କଲେ ପ୍ରଚାର

ପୃଥ୍ୱୀବଲ୍ଲଭଙ୍କ ଶକ୍ତି ପ୍ରଦର୍ଶନ: ବାପା ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଶ୍ରଦ୍ଧାଂଜଳି ଜଣାଇ ବେଗୁନିଆରେ ଆରମ୍ଭ କଲେ ପ୍ରଚାର

ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ତାଙ୍କୁ ସାରା ରାଜ୍ୟ ମନେ ପକାଉଛି। ସ୍ବର୍ଗତଃ ପଟ୍ଟନାୟକ ସାହିତ୍ୟ ରାଜନୀତି, ସାମ୍ବାଦିକତାରେ ଥିଲେ ତ୍ରିବେଣୀ ସଙ୍ଗମ। ସଂସ୍କୃତରେ ଥିଲା ତାଙ୍କର ଅଗାଢ ପାଣ୍ଡିତ୍ୟ। ତାଙ୍କୁ ମନେ ପକାଇ ଜାନକୀ ବଲ୍ଲଭ ସ୍ମୃତି ଉଦ୍ୟାନରେ ରବିବାର ସ୍ମୃତି ଚାରଣ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି । ଏହି ଅବସରରେ ଜାନକୀ ବଲ୍ଲଭ ସ୍ମୃତି କମିଟି ସମ୍ପାଦକ ସଂଜୟ ପଟ୍ଟନାୟକଙ୍କ ଆବହକତ୍ୱରେ ଜଟଣୀ ବିଧାୟକ ସୁରେଶ ରାଉତରାୟ, ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର, ଶିକ୍ଷାବିତ୍ କ୍ଷୀରୋଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସେହିପରି ପୁଅ ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ, ସ୍ୱର୍ଗତ ଜାନକୀ ବଲ୍ଲଭଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଦେଇ ଆଶୀର୍ବାଦ ନେଇଥିଲେ। ଏହି କ୍ରମରେ ପୃଥୀବଲ୍ଲଭ ଆଜି ହଜାର ହଜାର ଲୋକଙ୍କ ସହ ସାମିଲ ହୋଇ ନିର୍ବାଚନ ପାଇଁ ପ୍ରଚାରର ଶୁଭାରମ୍ଭ କରିଛନ୍ତି।

ସୂଚନା ଥାଉକି, ଚଳିତ ସାଧାରଣ ନିର୍ବାଚନରେ ପୃଥ୍ୱୀବଲ୍ଲଭଙ୍କୁ କଂଗ୍ରେସ କଂଗ୍ରେସ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe