ଦିବ୍ୟାଙ୍ଗ ମହିଳାଙ୍କୁ ଉନ୍ନତ ଜ୍ଞାନକୌଶଳର ଟ୍ରେନିଂ ଦିଆଯିବ: ଉପମୁଖ୍ୟମନ୍ତ୍ରୀ

ଦିବ୍ୟାଙ୍ଗ ମହିଳାମାନଙ୍କ ଉନ୍ନତିକରଣ ସମ୍ପର୍କରେ ଗୁରୁବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଲୋଚନା କରିଛନ୍ତି। ମିଶନଶକ୍ତି ଭବନଠାରେ ଏହି ଆଲୋଚନାରେ ବିଶିଷ୍ଟ ସମାଜସେବୀ ଡ଼ଃ ଶ୍ରୁତି ମହାପାତ୍ରଙ୍କ ସମେତ ବିଭିନ୍ନ ଜିଲ୍ଲାରୁ ଆସିଥିବା ଦିବ୍ୟାଙ୍ଗ ମହିଳାଙ୍କ ସହ କଥା ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ ।

Untitled

ଭୁବନେଶ୍ବର: ଦିବ୍ୟାଙ୍ଗ ମହିଳାମାନଙ୍କ ଉନ୍ନତିକରଣ ସମ୍ପର୍କରେ ଗୁରୁବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଲୋଚନା କରିଛନ୍ତି। ମିଶନଶକ୍ତି ଭବନଠାରେ ଏହି ଆଲୋଚନାରେ ବିଶିଷ୍ଟ ସମାଜସେବୀ ଡ଼ଃ ଶ୍ରୁତି ମହାପାତ୍ରଙ୍କ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଦିବ୍ୟାଙ୍ଗ ମହିଳାଙ୍କ ସହ କଥା ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ । ନିଜର ସମସ୍ୟା କହିବା ସାଙ୍ଗକୁ ଏହି ମହିଳାମାନେ ଆର୍ଥିକ ଉନ୍ନତି ଓ ନିଜ ନିଜ କ୍ଷେତ୍ରରେ ଆଗକୁ ଯାଇ ପାରଦର୍ଶିତା ଦେଖାଇବା ପାଇଁ ସହଯୋଗ ମାଗିଥିବା ବେଳେ ଉପମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ।

ଏହା ସହ ମିଶନ ଶକ୍ତି ମାଧ୍ୟମରେ ସାଧାରଣ ମହିଳାଙ୍କ ହାତ ତିଆରି ସାମଗ୍ରୀ ବିକ୍ରି ହେବା ଭଳି ଦିବ୍ୟାଙ୍ଗ ମହିଳାଙ୍କ ପାଇଁ ବ୍ୟବସ୍ଥା କରାଯିବ, ଉନ୍ନତ ଜ୍ଞାନକୌଶଳର ଟ୍ରେନିଂ ଦିଆଯିବ, ୬ ଲକ୍ଷ ଦିବ୍ୟାଙ୍ଗ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ପାରା ଆଥଲେଟମାନଙ୍କ ସମସ୍ୟା ମଧ୍ୟ ଶୁଣିଛନ୍ତି ଉପମୁଖ୍ୟମନ୍ତ୍ରୀ। ସେମାନଙ୍କ ପାଇଁ ବିଭାଗ ସହ ଆଲୋଚନା କରି ରୋଡ଼ମ୍ୟାପ ପ୍ରସ୍ତୁତ ହେବ । ଏହା ସହ ସୂଚନା ଓ ଲୋକସମ୍ପର୍କ ବିଭାଗ ସହ ଆଲୋଚନା କରି ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର ବୁଲେଟିନ ବ୍ୟବସ୍ଥା କରିବା ନିଷ୍ପତ୍ତି ନିଆଯିବ।

ଥାଲାସେମିଆ ମହିଳାଙ୍କ ପାଇଁ ରକ୍ତର ଯେଉଁ ସମସ୍ୟା ରହିଛି ତାର ରିଭ୍ୟୁ କରି ସମସ୍ତ ପଦକ୍ଷେପ ନିଆଯିବ ବୋଲି ଆଜି ଏହି ଆଲୋଚନାରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ମହିଳା କମିଶନ ସଦସ୍ୟା ଓ ଶିଶୁ କମିଶନ ଅଧ୍ୟକ୍ଷାଙ୍କ ସମେତ ବିଭାଗୀୟ କର୍ମଚାରୀ, ମିଶନ ଶକ୍ତି ଡ଼ାଇରେକ୍ଟର ଆଇଏଏସ୍‌ ମୋନିକା ପ୍ରିୟଦର୍ଶିନୀ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe