ପ୍ରବୀଣ ଭଞ୍ଜଦେଓ ହେଲେ ବିଜେପିର ମୟୂରଭଞ୍ଜ ଜିଲ୍ଲା ପ୍ରଚାର କମିଟି ଅଧ୍ୟକ୍ଷ

Advertisment
ପ୍ରବୀଣ ଭଞ୍ଜଦେଓ ହେଲେ ବିଜେପିର ମୟୂରଭଞ୍ଜ ଜିଲ୍ଲା ପ୍ରଚାର କମିଟି ଅଧ୍ୟକ୍ଷ

entranceindia.com

ଭୁବନେଶ୍ବର : ମୟୂରଭଞ୍ଜରେ ନିର୍ବାଚନ ପୂର୍ବରୁ ଜିଲ୍ଲାର ସାଙ୍ଗଠନିକ କାର୍ଯ୍ୟ ଓ ନିର୍ବାଚନୀ ପ୍ରଚାରକୁ ଆହୁରି ଅଧିକ ତ୍ବରାନ୍ବିତ କରିବା ପାଇଁ ପୂର୍ବତନ ମନ୍ତ୍ରୀ ପ୍ରବୀଣ ଭଞ୍ଜଦେଓଙ୍କୁ ବିଜେପି ମୟୂରଭଞ୍ଜ ଜିଲ୍ଲା ପ୍ରଚାର କମିଟି ଅଧ୍ୟକ୍ଷ ଦାୟିତ୍ବ ଦେଇଛି। ଲକ୍ଷ୍ମଣ ଟୁଡୁ ଏହି କମିଟିର ଉପାଧ୍ୟକ୍ଷ ହୋଇଥିବା‌େ‌ବ‌େ‌ଳ ସଂଯୋଜକ ଭାବେ ରାଜ୍ୟ ପ୍ରବକ୍ତା ଜୀବନ ସାହୁଙ୍କୁ ନିଯୁକ୍ତି ଦିଆଯାଇଛି। ଏହି କମିଟିର ସଦସ୍ୟ ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜତା ମୁର୍ମୁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ନରେନ୍ଦ୍ର କୁମାର ସାହୁ, ସଞ୍ଜୀବ ମହାନ୍ତି, ମନୋଜ ଦାସ, କମଳ କୁମାର ଧଳ, ପ୍ରମିଳା ପଣ୍ଡା, କବି ବିଷ୍ଣୁ ଶତପଥୀ, ଚିତ୍ତରଂଜନ ଦାସ, ଅବନୀ ମହାନ୍ତ, ବିରାମ ମୁର୍ମୁ, ଛୋଟେଲାଲ ମହନ୍ତ, କମଳେନ୍ଦୁ ମହାନ୍ତଙ୍କୁ ଦାୟିତ୍ବ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe