ମୟୂରଭଞ୍ଜର ବିକାଶ ପାଇଁ ବିଜେପିରେ ମିଶିଲି: ପ୍ରବୀଣ ଭଞ୍ଜଦେଓ

Advertisment
ମୟୂରଭଞ୍ଜର ବିକାଶ ପାଇଁ ବିଜେପିରେ ମିଶିଲି: ପ୍ରବୀଣ ଭଞ୍ଜଦେଓ

ଭୁବନେଶ୍ବର : ମୟୂରଭଞ୍ଜର ବିକାଶ ପାଇଁ ଓ ଓଡ଼ିଶାର ବିକାଶରେ ସହଯୋଗ କରିବାକୁ ରାଜନୀତିକୁ ଆସି ବିଜେଡିରେ ଯୋଗ ଦେଇଥିଲି। ବାସ୍ତବରେ ବିଜେଡି ନିର୍ମଳ ଓ ସ୍ବଚ୍ଛ ବୋଲି ଯାହା ପ୍ରଚାର କରାଯାଉଛି ତାହା ନୁହେଁ। ସେଥି ପାଇଁ ବିଜେଡି ଛାଡ଼ି ମୟୂରଭଞ୍ଜର ବିକାଶ ନିମନ୍ତେ ବିଜେପିରେ ସାମିଲ ହେଲେ ବୋଲି କହିଛନ୍ତି ପ୍ରବୀଣ ଭଞ୍ଜଦେଓ।

ଗତକାଲି ବିଜେପିରେ ଯୋଗ ଦେଲା ପରେ ଶ୍ରୀ ଭଞ୍ଜଦେଓ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ। ଏଥିରେ ‌େସ ବିଜେଡିକୁ ଭର୍ତ୍ସନା କରି କହିଥିଲେ, ୨୦୦୯ରୁ ୨୦୧୪ ମଧ୍ୟରେ ପାଞ୍ଚ ବର୍ଷରେ ମୁଁ ବି‌େଜଡି ପାଇଁ ବହୁତ କାମ କରିବା ସହ ଦଳ କିଭଳି ପ୍ରଗତିଶୀଳ ହେବ ସେ ଦିଗରେ କାର୍ଯ୍ୟ କରୁଥିଲି। ସୁବର୍ଣ୍ଣରେଖା ପ୍ରକଳ୍ପ ସାରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଅନୁରୋଧ କରିଥିଲି। ଯେଉଁ ଦେଢ଼ ଲକ୍ଷ ହେକ୍ଟର ଚାଷ ଜମିକୁ ପାଣି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ, ତାହା ପୂରଣ ହୋଇପାରିଲା ନାହିଁ। ଯେଉଁ କିଛି ଜାଗାରେ କାମ ହୋଇଛି, ତାହା ନିମ୍ନ ମାନର। ବିଜେଡିର କାର୍ଯ୍ୟକର୍ତ୍ତାମାନେ ଠିକାଦାର ସାଜି ଲୋକ ଦେଖାଣିଆ କାମ କରି କୋଟି କୋଟି ଟଙ୍କା ଲୁଟ୍‌ କରୁଛନ୍ତି। ମୟୂରଭଞ୍ଜକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି। ମୟୂରଭଞ୍ଜ ଏକ ଚାଷ ପ୍ରବଣ ଜିଲ୍ଲା ହୋଇଥି‌େଲ ବି ଏଠାରେ ଏକ କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା ହୋଇପାରିଲା ନାହିଁ। ସେହିପରି ଏଠାରେ ହୋଇଥିବା ଚାରା ଘୋଟଲା ପ୍ରସଙ୍ଗ ବିଧାନସଭାରେ ଉଠିଥିଲେ ବି ତାହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୟୂରଭଞ୍ଜର ବିକାଶ ନିମନ୍ତେ ବିଜେପିରେ ଯୋଗ ଦେଲେ ବୋଲି ଶ୍ରୀ ଭଞ୍ଜଦେଓ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe