ପ୍ରଧ‌ାନମନ୍ତ୍ରୀ ଯାହା କୁହନ୍ତି, କରନ୍ତିନି: ତୋଗାଡ଼ିଆ

Advertisment

ନୂଆବର୍ଷରେ ନୂଆଦଳ ଗଢ଼ିବେ, ଓଡ଼ିଶାର ସବୁ ଆସନରେ ପ୍ରାର୍ଥୀ ଦିଆଯିବ

ନୂଆବର୍ଷରେ ନୂଆଦଳ ଗଢ଼ିବେ, ଓଡ଼ିଶାର ସବୁ ଆସନରେ ପ୍ରାର୍ଥୀ ଦିଆଯିବ

ପ୍ରଧ‌ାନମନ୍ତ୍ରୀ ଯାହା କୁହନ୍ତି, କରନ୍ତିନି: ତୋଗାଡ଼ିଆ

ବ୍ୟାସନଗର : ପ୍ରଧାନମନ୍ତ୍ରୀ ଯାହା କୁହନ୍ତି, କରନ୍ତିନି। ଆଜି ଯାଜପୁରର ବ୍ୟାସନଗରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦର ରାଷ୍ଟ୍ରୀୟ ଅଧୢକ୍ଷ ପ୍ରବୀଣ ଭାଇ ତୋଗାଡିଆ ଏହା କହିଛନ୍ତି। ଏଥିସହିତ, ଆସନ୍ତା ନୂଆବର୍ଷରେ ନୂଆଦଳ ଗଢ଼ିବେ ବୋଲି ସୂଚନା ଦେଇଛନ୍ତି।

ସ୍ଥାନୀୟ ହୋଟେଲ ନଟରାଜ ରୟାଲ ପରିସରରେ ଏହି ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏଥିରେ ‌େଯାଗଦେଇ ଶ୍ରୀ ତୋଗଡ଼ିଆ କହିଥିଲେ ଯେ, ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦେଇଥିବା ପ୍ରତିଶ୍ରୁତି ସାଢେ଼ ଚାରିବର୍ଷ ଶାସନ କାଳରେ ମଧୢ ପୂରଣ କରିପାରିନାହାନ୍ତି। ଦୁଇକୋଟି ଯୁବକଙ୍କୁ କର୍ମନିଯୁକ୍ତି, କୃଷକଙ୍କ ସ୍ବାର୍ଥପାଇଁ ସ୍ବାମୀନାଥନ କମିଟିର ସୁପାରିଶକୁ କାର୍ଯ୍ୟକାରୀ କରିବା, ଶହେ କୋଟି ହିନ୍ଦୁଙ୍କ ଆରାଧୢ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ, କାଶ୍ମୀରରେ ହିନ୍ଦୁଙ୍କ ଉପରେ ଅତ୍ୟାଚାରର ସମାଧାନ ନେଇ ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ଆଜି ପର୍ଯ୍ୟନ୍ତ ପୁରଣ ହୋଇନାହିଁ। ପେଟ୍ରୋଲ ଡିଜେଲ ଦାମ କମ୍‌ କରିବା ପରିବର୍ତ୍ତେ ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି। ଏଥିସହିତ, ମୋଦୀ ସରକାର କୃଷକ ଓ ଯୁବକ ସହ ପ୍ରତାରଣା କରିଛନ୍ତି ବୋଲି ଶ୍ରୀ ତୋଗଡ଼ିଆ କହିଥିଲେ।

ଏହି ଅବସରରେ ଶ୍ରୀ ତୋଗଡ଼ିଆ ସୂଚନା ଦେଇ କହିଥିଲେ ଯେ, ଆସନ୍ତା ଜାନୁଆରି ଶେଷ ସୁଦ୍ଧା ନୂତନ ଦଳ ଗଠନ କରିବେ । ଓଡିଶାର ସମସ୍ତ ବିଧାନ ସଭା ଓ ଲୋକସଭା ଆସନରେ ଦଳପକ୍ଷରୁ ପ୍ରାର୍ଥୀ ଦିଆଯିବ।

ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଯାଜପୁର ଜିଲ୍ଲା ସଭାପତି ମହାରାଜ ରମାକାନ୍ତ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାମ୍ବାଦକ ସମ୍ମିଳନୀରେ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ରାଜ୍ୟ ସଭାପତି ବଦ୍ରି ନାରାୟଣ ପଟ୍ଟନାୟକ, ରାଜ୍ୟ ସ˚ପାଦକ ସ˚ଗ୍ରାମ କେଶରୀ ଆଚାର୍ଯ୍ୟ, ସ˚ଗଠନ ମନ୍ତ୍ରୀ ମନୋଜ ସାହୁ, ରାଷ୍ଟ୍ରୀୟ ହିନ୍ଦୁ ଛାତ୍ର ପରିଷଦ ଗୌହାଟି ଓ କଲିକତା ଜୋନ୍‌ ସଭାପତି ଯତୀନ ସ୍ବାଇଁ, ରାଷ୍ଟ୍ରୀୟ ବଜରଙ୍ଗ ଦଳ ଯାଜପୁର ଜିଲା ସଭାପତି ବସନ୍ତ କୁମାର ପାତ୍ର, ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଜିଲ୍ଲା ଉପ ସଭାପତି ବିଶ୍ବାମିତ୍ର ସୁବୁଦ୍ଧି, ଜିଲ୍ଲା ସହ ସ˚ପାଦକ ସୁବାଷ ଚନ୍ଦ୍ର ଜେନା, ପ୍ରାକ୍ତନ କୋରେଇ ଯୁବମୋର୍ଚ୍ଚା ସଭାପତି ଅକ୍ଷୟ କୁମାର ସାମଲ ପ୍ରମୁଖ ଯୋଗ ଦେଇଥିଲେ। ଆଇନଜୀବୀ ଚନ୍ଦ୍ରଶେଖର ପଣ୍ତା, ପ୍ରସନ୍ନ ସାମଲ, ପଦ୍ମଲୋଚନ ମଲ୍ଲିକ, ସରୋଜ ଦେ, କରୁଣାକର ମାଝୀ, ଉତ୍ସବ ମହାରଣା, ବିଜୟ ପଣ୍ତା, ମାନସ ବାରିକ, ଚିତ୍ତରଞ୍ଜନ ବିନ୍ଧାଣୀ, ଚନ୍ଦ୍ରମଣି ପାତ୍ର, ସୁବାସ ଚନ୍ଦ୍ର ଜେନା, ଶେଷା˚ଶୁ ଶେଖର ବଳଙ୍କ ସମେତ ଯାଜପୁର ଜିଲ୍ଲାର ବିଭିନ୍ନ ଅ˚ଚଳର କର୍ମୀ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe