ପ୍ରୟାସକାନ୍ତି ସାମଲଙ୍କୁ ପ୍ରାୟ ୧୮ ଘଣ୍ଟାର ଜେରା: ଭୋର ସାଢ଼େ ୪ଟାରେ ଛାଡ଼ିଲା ଇଡି

Advertisment
ପ୍ରୟାସକାନ୍ତି ସାମଲଙ୍କୁ ପ୍ରାୟ ୧୮ ଘଣ୍ଟାର ଜେରା: ଭୋର ସାଢ଼େ ୪ଟାରେ ଛାଡ଼ିଲା ଇଡି

ଭୁବନେଶ୍ବର: ବରପଦା ଇଞ୍ଜିନିୟରିଂ କଲେଜର ଜମି ଦୁର୍ନୀତି ମାମଲାରେ ଇଡିରେ ହାଜର ହୋଇଥିବା ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କୁ ପ୍ରାୟ ୧୮ ଘଣ୍ଟାର ଜେରା କରାଯାଇଥିଲା। ଆଜି ଭୋର ସାଢ଼େ ୪ଟାରେ ପ୍ରୟାସକାନ୍ତି ଇଡି କାର୍ଯ୍ୟାଳୟରୁ ବାହାରିଥିଲେ। ଇଡି ୧୮ ଘଣ୍ଟାରୁ ଅଧିକ ସମୟ ଧରି ପ୍ରୟାସକାନ୍ତି‌ଙ୍କୁ ପ୍ରଶ୍ନବାଣରେ ଘାଇଲା କରିଥିବାର ସୂଚନା ମିଳିଥିଲେ ବି ଏହାକୁ ଖଣ୍ଡନ କରିଛନ୍ତି ପ୍ରୟାସକାନ୍ତି ସାମଲ। ସେ କହିଛନ୍ତି, ମୋତେ କିଛି ପଚରାଯାଇନି।

ସୂଚନାଯୋଗ୍ୟ, ଗତକାଲି ଦିନ ୧୦ଟାରେ ଇଡିରେ ହାଜର ହୋଇଥିଲେ ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ। ବରପଦା ଇଞ୍ଜିନିୟରିଂ କଲେଜ ଜମି ମାମଲାରେ ଜେରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଥିଲେ ସେ। ପ୍ରଫୁଲ ସାମଲ ଓ ତାଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ଇଡିରେ ହାଜର ହେବାକୁ ନୋଟିସ୍ ହୋଇଥିଲା। ଆଗରୁ ପ୍ରଫୁଲ ସାମଲ ଇଡିରେ ହାଜର ହୋଇଥିଲେ।

ବରପଦା ଇଂଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ୍ ଚଢ଼ଉ କରିଥିଲା । ଭୁବନେଶ୍ୱର ଓ ଭଦ୍ରକର ଏକାଧିକ ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ୍ ଚଢ଼ଉ କରିଥିଲେ। ଏହି ସମୟରେ ଗୋଟିଏ କାର ସହ ୯ଲକ୍ଷ ଟଙ୍କା ଜବତ କରିଥିଲା ଇଡି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe