ନଦୀ ପାଣିରେ ଭାସି ଜଗନ୍ନାଥଙ୍କୁ ପ୍ରାର୍ଥନା, କରୋନାରୁ ରକ୍ଷା ପାଇଁ ଯୁବକଙ୍କ ଜଳଯୋଗ

ନଦୀ ପାଣିରେ ଭାସି ଜଗନ୍ନାଥଙ୍କୁ ପ୍ରାର୍ଥନା, କରୋନାରୁ ରକ୍ଷା ପାଇଁ ଯୁବକଙ୍କ ଜଳଯୋଗ

ଟାଙ୍ଗୀ : ବିଶ୍ବବାସୀଙ୍କୁ ମହାମାରୀ କରୋନାରୁ ରକ୍ଷା କରିବା ପାଇଁ ଜଣେ ଜଳଯୋଗ ମାଧ୍ୟମରେ ମହାପ୍ରଭୁଙ୍କ ଭଜନ ଗାନ କରି ଠାକୁରଙ୍କୁ ନିବେଦନ କରୁଥିବା ଦୃଶ୍ୟ ସୋସିଆଲ୍‌ ମଡ଼ିଆରେ ଭାଇରାଲ୍‌ ହୋଇଛି।

publive-image

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍‌ ଅଧୀନସ୍ଥ ସରପାରି ଗ୍ରାମର ସୁଦାମ ଚରଣ ସାହୁ ମଲାଗୁଣି ନଦୀ ଜଳରେ ଯୋଗାସନରେ ରହି ପେଟ ଉପରେ ଏକ ପିତଳ ଥାଳିରେ ରଥାଳୁଢ ଜଗନ୍ନାଥଙ୍କ ଦୀପ ରଖି ଭାଗବତ ପାଠ ପୂର୍ବକ ମହାପ୍ରଭୁ ଜଗନ୍ନାଥଙ୍କୁ ଧ୍ୟାନ କରୁଛନ୍ତି। ଏ ମହାମାରୀରୁ ସେହି ଜଗତର ନାଥ ଜଗନ୍ନାଥ ହିଁ ଉଦ୍ଧାର କରିବେ, ତେଣୁ ତାଙ୍କ ଆରାଧନା ସେ କରିଥିବା କହିଛନ୍ତି। ସେ ୪ ଘଣ୍ଟା ଧରି ପାଣିରେ ଭାସି ପ୍ରାର୍ଥନା କରିବା ଦୃଶ୍ୟ ସମ୍ପ୍ରତି ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe