ପ୍ରାକ୍ ବଜେଟ୍‌ ଆଲୋଚନା: ଫୋକସ୍‌ରେ ଗାଁ, ଗରିବ

Advertisment

ଆସନ୍ତା ଆର୍ଥିକ ବର୍ଷ ୨୦୨୫-୨୬ ବଜେଟ୍‌ରେ ରାଜ୍ୟ ସରକାର ଗ୍ରାମାଞ୍ଚଳ ଓ ଅର୍ଥନୈତିକ ଅନଗ୍ରସର ଲୋକମାନଙ୍କ ବିକାଶ ଓ କଲ୍ୟାଣକୁ ଗୁରୁତ୍ବ ଦେବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ଆସନ୍ତା ଆର୍ଥିକ ବର୍ଷ ୨୦୨୫-୨୬ ବଜେଟ୍‌ରେ ରାଜ୍ୟ ସରକାର ଗ୍ରାମାଞ୍ଚଳ ଓ ଅର୍ଥନୈତିକ ଅନଗ୍ରସର ଲୋକମାନଙ୍କ ବିକାଶ ଓ କଲ୍ୟାଣକୁ ଗୁରୁତ୍ବ ଦେବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ffhhf

ଭୁବନେଶ୍ବର: ଆସନ୍ତା ଆର୍ଥିକ ବର୍ଷ ୨୦୨୫-୨୬ ବଜେଟ୍‌ରେ ରାଜ୍ୟ ସରକାର ଗ୍ରାମାଞ୍ଚଳ ଓ ଅର୍ଥନୈତିକ ଅନଗ୍ରସର ଲୋକମାନଙ୍କ ବିକାଶ ଓ କଲ୍ୟାଣକୁ ଗୁରୁତ୍ବ ଦେବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଲୋକସେବା ଭବନରେ ଅନୁଷ୍ଠିତ ପ୍ରାକ୍ ବଜେଟ୍ ଆଲୋଚନା ବୈଠକରେ ସେ ବିଶେଷଜ୍ଞ, ବରିଷ୍ଠ ନାଗରିକ ଓ ବିଭିନ୍ନ ବର୍ଗର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି। ବଜେଟ୍‌ ପ୍ରସ୍ତୁତିକୁ ଲୋକାଭିମୁଖୀ କରିବା ପାଇଁ ସେ ସାଧାରଣ ଜନତାଙ୍କ ଠାରୁ ମତାମତ ଆହ୍ବାନ କରିଛନ୍ତି। ବିଭିନ୍ନ ଉତ୍ସରୁ ଆସୁଥିବା ପରାମର୍ଶଗୁଡ଼ିକୁ ଅନୁଧ୍ୟାନ ଓ ତର୍ଜମା କରି ବଜେଟ୍‌ରେ ସ୍ଥାନିତ କରାଯିବ। ସାଧାରଣ ଲୋକ ଜାନୁଆରୀ ୩୧ ତାରିଖ ଭିତରେ ଇ-ମେଲ ଓ ହ୍ୱାଟ୍‌ସଆ୍‌ପ୍, ୱେବ୍ ପୋର୍ଟାଲ ମାଧ୍ୟମରେ ସେମାନଙ୍କ ମତାମତ ଦେଇପାରିବେ ବୋଲି ସେ କହିଛନ୍ତି। ଏହି ବଜେଟ୍ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ନିଶ୍ଚିତ ଭାବେ ଏକ ପୂର୍ଣ୍ଣାଙ୍ଗ ରୂପରେ ଆସିବ। ଏଥର ବଜେଟ୍‌ ପୂର୍ବାପେକ୍ଷା ବଡ଼ ହେବ ଓ ଅଧିକ ବ୍ୟୟବରାଦ କରାଯିବ ବୋଲି ସେ କହିଛନ୍ତି।

ବର୍ଷ ଶେଷ ସୁଦ୍ଧା 
୪୦ ହଜାର ନିଯୁକ୍ତି

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ରାଜସ୍ୱ ବୃଦ୍ଧି, ଆଇଟି, ସେମିକଣ୍ଡକ୍ଟର, ପେଟ୍ରୋକେମିକା୍‌ଲ, ଇସ୍ପାତ, ଅକ୍ଷୟ ଶକ୍ତି, ବୟନ, ଆଗ୍ରୋ ଇଣ୍ଡଷ୍ଟ୍ରି ଭଳି ଶିଳ୍ପ ସହିତ ପର୍ଯ୍ୟଟନକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। କୃଷକ ମାନଙ୍କ ଆୟ ବୃଦ୍ଧି ସହିତ ଶୀତଳ ଭଣ୍ଡାର ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ଗ୍ରାମାଞ୍ଚଳରେ ରୋଜଗାର ବୃଦ୍ଧି ସହିତ ଭିତ୍ତିଭୂମି ସୁଦୃଢ ପାଇଁ ବିକଶିତ ଗାଁ, ବିକଶିତ ଓଡିଶା କାର୍ଯ୍ୟକାରୀ କରାଯିବ। ନିଯୁକ୍ତି କ୍ଷେତ୍ରକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ୨୦ହଜାର ନିଯୁକ୍ତି ଦିଆସରିଛି। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୪୦ ହଜାର ନିଯୁକ୍ତି ଦିଆଯିବ।୨୦୨୫-୨୬ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସରକାର ୬୫ ହଜାର ନିଯୁକ୍ତି ଦେବାର ଲକ୍ଷ୍ୟ ରଖିଛନ୍ତି। ଶିଳ୍ପ କ୍ଷେତ୍ରରେ ବର୍ତ୍ତମାନ ସୁଦ୍ଧା ଅଢେଇ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ଅନୁମୋଦନ କରାଯାଇଛି। ତାହା ଦ୍ୱାରା ୧ ଲକ୍ଷ ୧୦ ହଜାର ନିଯୁକ୍ତି ସୃଷ୍ଟି ହେବ ‌ବୋଲି ସେ କହିଛନ୍ତି। 

ବୈଠକର ଆଲୋଚନା ସମ୍ପର୍କରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ କହିଛନ୍ତି ଯେ ଖର୍ଚ୍ଚ ବଢ଼ାଇବା, ଶୀତଭଣ୍ଡାର ଖୋଲିବା ଓ ପ୍ରତି ପଞ୍ଚାୟତରେ କୃଷି ଅଧିକାରୀ ନିଯୁକ୍ତ କରିବାକୁ ପରାମର୍ଶ ଦିଆଯାଇଛି। ଏହି ବୈଠକରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ଶଶୀଭୂଷଣ ବେହେରା, ନିରଞ୍ଜନ ପୂଜାରୀ, ପୂର୍ବତନ ଅର୍ଥ ସଚିବ ରବି ନାରାୟଣ ସେନାପତି, ଉପେନ୍ଦ୍ର ନାଥ ବେହେରା, ବରିଷ୍ଠ ରାଜନେତା ସମୀର ମହାନ୍ତି, ସଜ୍ଜନ ଶର୍ମା ପ୍ରମୁଖ ବିଭିନ୍ନ କ୍ଷେତ୍ରର ପ୍ରାୟ ୨୪ ଜଣ ବିଶିଷ୍ଟ ବ୍ୟକ୍ତି ବଜେଟ୍ ସଂକ୍ରାନ୍ତୀୟ ସେମାନଙ୍କ ସୁଚିନ୍ତିତ ମତାମତ ଦେଇଥିଲେ। ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ,  ଅର୍ଥ ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଏବଂ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ। ରାଜ୍ୟ ବିଧାନସଭାର ବଜେଟ୍‌ ଅଧିବେଶନ ଫେବ୍ରୁଆରି ୧୩ରୁ ଆରମ୍ଭ ହେବ। ଫେବ୍ରୁଆରି ୧୭ରେ ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବଜେଟ୍‌ ଉପସ୍ଥାପନ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe