ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଡ୍ରେନେଜ୍‌ ବ୍ୟବସ୍ଥା: ସ୍ବେରେଜ୍‌ ପାଇଁ ଆସିଲା ପ୍ରିକାଷ୍ଟିଂ ରୋଲ୍‌, ଚାମ୍ବର

Advertisment
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଡ୍ରେନେଜ୍‌ ବ୍ୟବସ୍ଥା: ସ୍ବେରେଜ୍‌ ପାଇଁ ଆସିଲା ପ୍ରିକାଷ୍ଟିଂ ରୋଲ୍‌, ଚାମ୍ବର

ପୁରୀ: ଶ୍ରୀମନ୍ଦିର ୭୫ ମିଟର ପରିଧିରେ ହେଉଥିବା ପରିକ୍ରମା ପ୍ରକଳ୍ପର ଡ୍ରେନେଜ୍‌ ବ୍ୟବସ୍ଥା ପାଇଁ ପ୍ରିକାଷ୍ଟିଂ ଉପାୟ ଅବଲମ୍ବନ କରୁଛି ଠିକା ସଂସ୍ଥା। ଏହି ସ୍ବେରେଜ୍‌ ବ୍ୟବସ୍ଥା ପାଇଁ ପ୍ରିକାଷ୍ଟିଂ ରୋଲ୍‌, ଚାମ୍ବର ସବୁ ଆସି ପହଞ୍ଚିଛି। ଏ ସମ୍ପର୍କରେ ଓବିସିସି ନିର୍ବାହୀ ଯନ୍ତ୍ରୀ ଇଂ. ପ୍ରଭାତ ପାଣିଗ୍ରାହୀ କହିଛନ୍ତି, ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଆବର୍ଜନା ପାଣି ନିଷ୍କାସନ ପାଇଁ ନୂଆ କରି ସ୍ବେରେଜ୍‌ ବ୍ୟବସ୍ଥା କରାଯାଉଛି। ଏଥିପାଇଁ ପ୍ରିକାଷ୍ଟିଂ ରୋଲ୍‌, ଚାମ୍ବର ଆଦି ଅଣାଯାଇଛି। ସାଧାରଣତଃ ଡ୍ରେନେଜ୍‌ ପାଇଁ କଂକ୍ରିଟ୍‌ ନିର୍ମାଣ କରି ସ୍ବେରେଜ୍‌ ପାଣି ନିଷ୍କାସନ ବ୍ୟବସ୍ଥା କରାଯାଇଥାଏ।

କିନ୍ତୁ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଏହି ନିର୍ମାଣ କାର୍ଯ୍ୟ ବଦଳରେ ପ୍ରିକାଷ୍ଠିଂ ରୋଲ୍‌, ଚାମ୍ବର ଆଦି ଲାଗିବ। ପ୍ରିକାଷ୍ଟିଂ ରୋଲ୍‌ ବର୍ଗାକାର ହୋଇଥିବାବେଳେ ଏହାର ଗୋଟିଏ ପାର୍ଶ୍ବ ଖୋଲା ରହିଛି। ଆବର୍ଜନା ପାଣି ନିଷ୍କାସନ ପାଇଁ ଏହାକୁ ମାଟି ତଳେ ଫ୍ଲାଟ୍‌ରେ ପକାଯିବା ପରେ ଆବଶ୍ୟକ ସ୍ଥଳରେ ଚାମ୍ବର ଓ ଅନ୍ୟାନ୍ୟ ବ୍ୟବସ୍ଥା କରି ଡ୍ରେନେଜ୍‌ ବ୍ୟବସ୍ଥା କରାଯିବ ବୋଲି ଇଂ. ପାଣିଗ୍ରାହୀ କହିଛନ୍ତି। ସେହିଭଳି ପାଣି ଓ ବିଜୁଳି ଆଦିର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe