ବିଦେଶ ଯାତ୍ରା ପାଇଁ ପ୍ରିକସନ୍ ଡୋଜ୍ ବ୍ୟବଧାନ ୯୦ଦିନକୁ ହ୍ରାସ

Advertisment
କୋଭିଡ ଭୟ: ପିଲାଙ୍କ ଟିକାକରଣକୁ ଶିଶୁରୋଗ ବିଶେଷଜ୍ଞଙ୍କ ଗୁରୁତ୍ବ

Image Courtesy of Zee News

ଭୁବନେଶ୍ବର : ବିଦେଶ ଯାତ୍ରା କରିବାକୁ ଚାହୁଁଥିବା ଲୋକମାନଙ୍କ ପାଇଁ ପ୍ରିକସନ୍ ଡୋଜ୍‌ ନେବାର ବ୍ୟବଧାନକୁ ୯୦ଦିନକୁ ହ୍ରାସ କରାଯାଇଛି। ପୂର୍ବରୁ ପ୍ରିକସନ୍ ଡୋଜ୍ ଟିକାର ବ୍ୟବଧାନ ୯ମାସ ରହିଥିଲା। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏ ସଂପର୍କରେ ସୂଚନା ଦିଆଯିବା ପରେ ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାମାନଙ୍କୁ ସୂଚନା ଦିଆଯାଇଛି।

ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ପାଠପଢ଼ା, ବ୍ୟବସାୟ କିମ୍ବା ଅନ୍ୟ କ୍ଷେତ୍ରରେ ବିଦେଶ ଯାତ୍ରା କରିବାକୁ ଚାହୁଁଥିବା ଲୋକମାନେ ଦ୍ବିତୀୟ ଡୋଜ୍ ଟିକାର ୯୦ଦିନ ପରେ ପ୍ରିକସନ୍ ଡୋଜ୍ ନେଇପାରିବେ। ତେବେ ୧୮-୫୯ବର୍ଷର ବ୍ୟକ୍ତିମାନେ ଘରୋଇ ହସ୍ପିଟାଲରେ ଓ ୬୦ବର୍ଷରୁ ଅଧିକ ସରକାରୀ ହସ୍ପିଟାଲରେ ପ୍ରିକସନ୍ ଡୋଜ୍ ନେଇପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ରାଜ୍ୟରେ ୧୨-୧୪ବର୍ଷର ୮୬ ପ୍ରତିଶତ, ୧୫-୧୭ବର୍ଷ ୯୦ ପ୍ରତିଶତ ପିଲା ନିଜର ପ୍ରଥମ ଡୋଜ୍ ଟିକା ନେଇ ସାରିଲେଣି। ସେହିପରି ୧୮ବର୍ଷରୁ ଅଧିକ ୯୬ ପ୍ରତିଶତ ନିଜର ପ୍ରଥମ ଡୋଜ୍ ନେଇଛନ୍ତି। ଆଜି ରାଜ୍ୟରେ ୫୭,୨୧୪ଜଣ ଟିକା ନେଇଛନ୍ତି। ରାଜ୍ୟରେ ସମୁଦାୟ ୬କୋଟି ୬୭ଲକ୍ଷ ୪୧ହଜାର ୩୯୫ ଡୋଜ୍ ଦିଆଗଲାଣି। ତେବେ ୫-୧୨ବର୍ଷର ଶିଶୁଙ୍କ ଟିକାକରଣ ସଂପର୍କରେ କେନ୍ଦ୍ରରୁ କୌଣସି ସୂଚନା ଆସି ନ ଥିବା କହିଛନ୍ତି କରୋନା ଟିକାକରଣ ନୋଡାଲ ଅଧିକାରୀ ଡା.ବିଜୟ ପାଣିଗ୍ରାହୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe