ସୁକିନ୍ଦା ବିଧାୟକଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ଅଭିଯୋଗ, ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ପ୍ରୀତିରଂଜନ

Advertisment
ଅଧ୍ୟାପକଙ୍କୁ ୟୁଜିସି ସ୍କେଲ୍‌ ପ୍ରସଙ୍ଗ: ହାଇକୋର୍ଟରେ ସରକାରଙ୍କ ଆବେଦନ ଖାରଜ

new india express

କଟକ: ଯାଜପୁର ଜିଲ୍ଲା ସୁକିନ୍ଦା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଜେପି ପ୍ରାର୍ଥୀ ପ୍ରଦୀପ ବଳସାମନ୍ତଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ଦାଖଲ ନେଇ ଅଭିଯୋଗ ହୋଇଛି। ପରାଜିତ ବିଜେଡି ପ୍ରାର୍ଥୀ ପ୍ରୀତିରଂଜନ ଘଡ଼ାଇ ପ୍ରଦୀପଙ୍କ ବିରୋ‌ଧରେ ନିର୍ବାଚନୀ ମୋକଦ୍ଦମା ହାଇକୋର୍ଟରେ ଦାୟର କରିଛନ୍ତି। ନାମାଙ୍କନ ବେଳେ ପ୍ରଦୀପ  ଦାଖଲ କରିଥିବା ସତ୍ୟପାଠ ଅସଂପୂର୍ଣ୍ଣ ଓ ତ୍ରୁଟିପୂର୍ଣ୍ଣ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।

ପ୍ରଦୀପ ସତ୍ୟପାଠରେ ନିଜ ଶିକ୍ଷାଗତ ଯୋଗ୍ୟତା ଓ ତାଙ୍କ ବିରୋଧରେ ଥିବା ଅପରାଧିକ ମାମଲା ସଂକ୍ରାନ୍ତରେ ସତ୍ୟପାଠରେ ଭୁଲ ତଥ୍ୟ ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି।  ମିଥ୍ୟା ସତ୍ୟପାଠ ଦେଇଥିବାରୁ ଜନ ପ୍ରତିନିଧି ଆଇନ ଅନୁସାରେ ସୁକିନ୍ଦା ବିଧାୟକ ପ୍ରଦୀପଙ୍କ  ନିର୍ବାଚନ ଅସିଦ୍ଧ ଘୋଷଣା କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।  ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୮୬୭୩୩ ଖଣ୍ଡ ଭୋଟ ପାଇ ବିଜେପି ପ୍ରାର୍ଥୀ ପ୍ରଦୀପ  ସୁକିନ୍ଦା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଅନ୍ୟପକ୍ଷରେ ୭୭୧୫୬  ଖଣ୍ଡ ଭୋଟ ପାଇ ବିଜେଡି ପ୍ରାର୍ଥୀ ପ୍ରୀତିରଂଜନ ଦ୍ବିତୀୟ ସ୍ଥାନରେ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe