Advertisment

୫କିମି ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା; ପ୍ରସବ ବେଦନା ସହ୍ୟ କରିନପାରି ଜୀବନ ହାରିଲେ

Advertisment
୫କିମି ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା; ପ୍ରସବ ବେଦନା ସହ୍ୟ କରିନପାରି ଜୀବନ ହାରିଲେ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ୍‌ରେ ଦେଖାଦେଇଛି ଅଭାବନୀୟ ଘଟଣା। ଗାଁକୁ ରାସ୍ତା ନଥିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ୫କିଲୋ ମିଟରରୁ ଅଧିକ ରାସ୍ତା ଖଟିଆରେ ବୁହା ହୋଇଛି। ମହିଳା ଜଣକ ପ୍ରସବ ବେଦନା ସହ୍ୟ କରି ନପାରି ଶେଷରେ ଛଟପଟ ହୋଇ ପ୍ରାଣ ହରାଇଛନ୍ତି।

ଘଟଣାରୁ ପ୍ରକାଶ ଯେ ଶୁକ୍ରବାର ଦିନ ଗୁଗୁରମହା ପଞ୍ଚାୟତର ମାଉଗୁଡ଼ା ଗ୍ରାମର ମେଚୁ ସୁକାମାଝିଙ୍କ ଗର୍ଭବତୀ ସ୍ତ୍ରୀ ସୁମନ୍ତି ସୁକାମାଝି (୩୧)ଙ୍କ ସକାଳୁ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ସ୍ଥାନୀୟ ଆଶାଦିଦିଙ୍କ ସହାୟତାରେ ତାଙ୍କୁ ଖଟିଆରେ ୫ କିଲୋମିଟର ରାସ୍ତା ମାଝିଗୁଡ଼ା ଆଣିବା ପରେ ଜୁଡ଼ାବାଲି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରୁ ତାଙ୍କୁ ଆମ୍ବୁଲାନ୍ସରେ ବାଲିଗୁଡ଼ା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରଯାଇଥିଲା। କିନ୍ତୁ ମହିଳା ଜଣକ ପ୍ରସବ ବେଦନା ସହ୍ୟ ନକରିପାରି ଶେଷରେ ତୁମୁଡିବନ୍ଧ ନିକଟରେ ଆମ୍ବୁଲାନ୍ସ ରେ ଜୀବନ ହାରିଥିଲେ। ଏହା ପରେ ତୁମୁଡିବନ୍ଧ ଥାନାରେ ଜଣାଇବା ପରେ କୋଟଗଡ଼ ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଛି। ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe