ପୁଣି ଜନନୀ ଯନ୍ତ୍ରଣା: ଆସିପାରିଲାନି ଆମ୍ବୁଲାନ୍ସ, ୩ କିମି ଖଟିଆରେ ବୁହାହେଲେ ଗର୍ଭବତୀ

ବାଟରେ ଜନ୍ମଦେଲେ କନ୍ୟାସନ୍ତାନ

ପୁଣି ଜନନୀ ଯନ୍ତ୍ରଣା: ଆସିପାରିଲାନି ଆମ୍ବୁଲାନ୍ସ, ୩ କିମି ଖଟିଆରେ ବୁହାହେଲେ ଗର୍ଭବତୀ

ଚିଲିଗୁଡ଼ା: କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ବ୍ଲକ୍‌ରେ ପୁଣି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ଗାଁକୁ ରାସ୍ତା ନଥିବାରୁ ଗର୍ଭବତୀଙ୍କୁ ଖଟିଆରେ ବୋହି ଆଣୁଥିବା ବେଳେ ସେ ବାଟରେ ଏକ କନ୍ୟାସନ୍ତାନ ପ୍ରସବ କରିଛନ୍ତି।

ସୂଚନା ଅନୁସାରେ, ଜୁନାଗଡ଼ ବ୍ଲକ୍‌ ଦାସୀଗାଁ ପଞ୍ଚାୟତ ଚୋରଖସିଗୁଡ଼ା ଗ୍ରାମ ପାଖରେ ଥିବା କିଞ୍ଜିକନା ଏକ ବଣପାହାଡ଼ ଘେରା ଗାଁ। ଏହି ଗାଁକୁ ରାସ୍ତା ନଥିବାରୁ ବ‌ାଇକ୍‌ ବି ଯାଇପାରେ ନାହିଁ। କିଞ୍ଜିକନା ଗାଁର ଗର୍ଭବତୀ ରାଏମତୀ ମାଝୀଙ୍କ ରବିବାର ପ୍ରସବ ବେଦନା ଆରମ୍ଭ ହୋଇଥିଲା। ଖବର ପାଇ ଆଶାକର୍ମୀ ଉମା ବାଗ ଆମ୍ବୁଲାନ୍ସ ମଗାଇଥିଲେ। ଆମ୍ବୁଲାନ୍ସ ମଧ୍ୟ ଯାଇଥିଲା। ହେଲେ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ବାଟରେ ହିଁ ଅଟକି ଯାଇଥିଲା। ପରେ ପରିବାର ଲୋକେ ଓ ଆମ୍ବୁଲାନ୍ସ କର୍ମଚାରୀ ଶୁଭେନ୍ଦୁ ମେହେର, ବେଣୁଧର ବାଗ ଓ ପ୍ରସନ୍ନ ମାଝୀଙ୍କ ସହାୟତାରେ ରାଏମତୀଙ୍କୁ ୩ କିଲୋମିଟର ବୋହି ଆଣିଥିଲେ। ଏହି ସମୟରେ ବାଟରେ ହିଁ ରାଏମତୀ ଏକ କନ୍ୟାସନ୍ତାନ ଜନ୍ମ ଦେଇଥିଲେ। ଆମ୍ବୁଲାନ୍ସ ପାଖକୁ ପହଞ୍ଚିବା ପରେ ନବଜାତ ଶିଶୁ ଓ ମା’ଙ୍କୁ ଚିଲିଗୁଡ଼ା ଡାକ୍ତରଖାନାକୁ ଆଣି ଚିକିତ୍ସା କରାଯାଇଥିଲା। ଉଭୟେ ଏବେ ସୁସ୍ଥ ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe