ଜନନୀ ଯନ୍ତ୍ରଣା: ଆସିପାରିଲାନି ଆମ୍ବୁଲାନ୍ସ, ଦେଢ଼ କିମି ଚାଲିଲେ ଗର୍ଭବତୀ, ପ୍ରଶାଶନର ଚେତା ପଶିବ କେବେ?

Advertisment
ଜନନୀ ଯନ୍ତ୍ରଣା: ଆସିପାରିଲାନି ଆମ୍ବୁଲାନ୍ସ, ଦେଢ଼ କିମି ଚାଲିଲେ ଗର୍ଭବତୀ, ପ୍ରଶାଶନର ଚେତା ପଶିବ କେବେ?

କାମାକ୍ଷାନଗର: ରାଜ୍ୟ ସରକାର ପ୍ରତ୍ୟେକ ଗାଁକୁ ଯାତାୟତର ସୁବିଧା ପାଇଁ ପକ୍କା ସଡ଼କ ନିର୍ମାଣ କରୁଛନ୍ତି। କିନ୍ତୁ ଆଜି ବି ଅନେକ ଗାଁ ରହିଛି ଯେଉଁଠାରେ କି  ନିମ୍ନମାନର ରାସ୍ତା ଯୋଗୁଁ ଲୋକଙ୍କର ଯାତାୟତରେ ଅସୁବିଧାର ସାମ୍ନା କରିବାକୁ ପଡୁଛି। ଅନେକ ସ୍ଥାନରେ ଖରାପ ରାସ୍ତାଯୋଗୁଁ ଲୋକେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଜରୁରୀକାଳୀନ ସମୟରେ ଏହିଭଳି ଉପାନ୍ତ ଅଞ୍ଚଳରୁ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯିବା ସମୟରେ ବହୁ ଗର୍ଭବତୀ ମହିଳା, ବୃଦ୍ଧ, ସାଧାରଣ ରୋଗୀ, ଛୋଟ ଶିଶୁଙ୍କ ମୃତ୍ୟୁ ହୋଇଯାଉଛି।

publive-image

ଗାଁକୁ ଭଲ ରାସ୍ତା ନ ଥିବା କାରଣରୁ ଦେଢ଼ କିଲୋମିଟର ନାଳ ପାର ହୋଇ ପଥରରେ ବିପଦସଙ୍କୁଳ ଭାବରେ ଗର୍ଭବତୀ ମହିଳାଙ୍କୁ ଚାଲିବାକୁ ପଡ଼ିଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ କାନ୍ତୋଲ ପଞ୍ଚାୟତ ଏକୁଲ ଗ୍ରାମରେ। ଏହି ଗ୍ରାମର ଗଣେଶ୍ୱର ଦେହୁରୀଙ୍କ ସ୍ତ୍ରୀ ତପୋଇ ଦେହୁରୀ (୨୧) ଆଜି ସକାଳେ ଗର୍ଭ ଯନ୍ତ୍ରଣାର ସାମ୍ନା କରିଥିଲେ। ଗାଁରେ ‌ମୋବାଇଲ ନେଟ୍‌ୱର୍କ ସମସ୍ୟା କାରଣରୁ ଆଶା ଦିଦି ଝୁଲଣ ଦେହୁରୀ ପାହାଡ଼ ଉପରକୁ ଯାଇ ଆମ୍ବୁଲାନ୍ସ  ସେବା ପାଇଁ ହସ୍‌ପିଟାଲକୁ ଫୋନ୍‌ କରିଥିଲେ।

ସୂଚନା ପାଇଁ ଆମ୍ବୁଲାନ୍ସ ନେଇ ଚାଳକ ବାହାରି ଥିଲେ। କିନ୍ତୁ ଭଲ ରାସ୍ତା ନଥିବାରୁ ଚାଳକ ଗାଁ ଠାରୁ ଦେଢକିମି ଦୂରରେ ଆମ୍ବୁଲାନ୍ସକୁ ରଖିବାକୁ ବାଧ୍ୟ ହୋଇଥିଲେ। ତେଣୁ ଦେଢ଼ କିମି ଚାଲିଚାଲି ଗର୍ଭବତୀ ମହିଳା ଜଣଙ୍କ ତାଙ୍କ ସଂପର୍କୀୟଙ୍କ ସହିତ ଆସିଥିଲେ। ସେଠାରୁ  ସେ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ତେବେ ମେଡିକାଲରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଭଲ ଥିବା ଜଣାପଡିଛି ।

ତେବେ ଏହି ଘଟଣା ଆଜି ନୂଆ ନୁହେଁ। ଏହାର ପୂର୍ବରୁ ଅନେକ ଥର ଗର୍ଭବତୀମାନେ ବିପଦଶଙ୍କୁଳ ଭାବରେ ଏହି ଭଳି ଡାକ୍ତରଖାନାରେ ପହଞ୍ଚିଛନ୍ତି। ଭରା ନଇର ପାଣି ଯୋଗୁ ରୋଗୀଙ୍କୁ ଷ୍ଟ୍ରେଚର ମାଧ୍ୟମରେ ଦେଖିବାକୁ ମିଳିଥାଏ । ଏହା ସତ୍ତ୍ବେ  ମଧ୍ୟ ଗ୍ରାମକୁ ଖଣ୍ଡିଏ ପକ୍କା ରାସ୍ତା କିମ୍ବା ନାଳ ଉପରେ ବ୍ରିଜଟିଏ ନିର୍ମାଣ ହୋଇପାରିଲା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe