୩ କିଲୋମିଟର ଖଟିଆରେ ବୁହାହେଲେ ପ୍ରସୂତି: ଚାଲିଗଲା ନବଜାତଙ୍କ ଜୀବନ

Advertisment
୩ କିଲୋମିଟର ଖଟିଆରେ ବୁହାହେଲେ ପ୍ରସୂତି: ଚାଲିଗଲା ନବଜାତଙ୍କ ଜୀବନ

ରାଉରକେଲା: ରାଜ୍ୟ ସରକାରଙ୍କର ମାଳମାଳ ଯୋଜନା ପରେ ବି ବାରମ୍ବାର ସାମ୍ନାକୁ ଆସୁଛି ଏହିପରି ଦୃଶ୍ୟ। ଥମୁନି ଏହି ଅଭାବନୀୟ ଘଟଣା। ରାଜ୍ୟ ସରକାର ଜିଲ୍ଲା ଖଣିଜ ପ୍ରତିଷ୍ଠାନ ରାସ୍ତା ଗମନାଗମନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ହେଁ ସୁଧୁରୁନି ରାସ୍ତା ଅବସ୍ଥା କି ନୂଆ ରାସ୍ତା ନିର୍ମାଣ ହୋଇପାରୁନି। ରାସ୍ତା ଖରାପ ଯୋଗୁ ଆମ୍ବୁଲାନ୍ସ ପହଞ୍ଚି ପାରିଲା ନାହିଁ ଗାଁକୁ। ବିଳମ୍ବରେ ଆମ୍ବୁଲାନ୍ସ ପହଞ୍ଚିବାରୁ ଚାଲିଗଲା ନବଜାତ ଶିଶୁର ଜୀବନ। ଏପରି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାର ଲହୁଣିପଡ଼ା ବ୍ଲକ ଅନ୍ତର୍ଗତ ଶଙ୍ଖାପୋଷ ପଞ୍ଚାୟତର ଅର୍ଜୁନଚୁଆଁ ଗ୍ରାମରେ।

ଗତ ତିନି ତାରିଖ ରାତିରେ ଅର୍ଜୁନଚୁଆଁ ଗ୍ରାମର ରାମେଶ୍ବର ମୁଣ୍ଡାଙ୍କ ପତ୍ନୀ ଲକ୍ଷ୍ମୀ ମୁଣ୍ଡା (୨୨) ଗର୍ଭ ଯନ୍ତ୍ରଣା ଅନୁଭବ କରିବାରୁ  ୧୦୮କୁ ଫୋନ୍ କରିଥିଲେ ଏବଂ ଆମ୍ବୁଲାନ୍ସସ ଆସିଥିଲା ସତ ହେଲେ ଗାଁ କୁ ପହଞ୍ଚି ପାରିଲାନି। ରାସ୍ତା ଖରପ ଥିବାରୁ ତିନି କିଲୋମିଟର ଦୂରରେ ପ୍ରତାପପୁର ଠାରେ ଅଟକି ଯାଇଥିଲା। ତାଙ୍କ ସ୍ଵାମୀ କିଛି ଉପାୟ ନପାଇ ଗାଁ ଲୋକଙ୍କୁ ଡାକି ଲକ୍ଷ୍ମୀ ମୁଣ୍ଡାଙ୍କୁ ଏକ ଖଟିଆ ରେ ବୋହି ରାତିରେ ଜଙ୍ଗଲ ରାସ୍ତା ଦେଇ ତିନି କିଲୋମିଟର ନେଇଥିଲେ। ସେଠାରୁ ଆମ୍ବୁଲାନ୍ସରେ ତାଙ୍କୁ ଲହୁଣିପଡ଼ା ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତର ରାଉରକେଲାକୁ ସ୍ଥାନାନ୍ତର କରିଥିଲେ। ସେଠାରେ ଲକ୍ଷ୍ମୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। କିନ୍ତୁ କିଛି ସମୟ ପରେ ନବଜାତ ଶିଶୁଟିର ମୃତ୍ୟୁ ହୋଇଥିଲା। ଏହି ଘଟଣାଟି ସଂପ୍ରତି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରକାରାନ୍ତରେ ଏଥିପାଇଁ କିଏ ଦାୟୀ ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe