ନଦୀରେ ଭାସିଯାଇଥିବା ଗର୍ଭବତୀ ମା’ଙ୍କ ମୃତଦେହ ଉଦ୍ଧାର, ଏଯାଏ ମିଳିନି ୫ ବର୍ଷ ଝିଅର ପତ୍ତା

Advertisment
ନଦୀରେ ଭାସିଯାଇଥିବା ଗର୍ଭବତୀ ମା’ଙ୍କ ମୃତଦେହ ଉଦ୍ଧାର, ଏଯାଏ ମିଳିନି ୫ ବର୍ଷ ଝିଅର ପତ୍ତା

ନାରାୟଣପାଟଣା: କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଳକର ଝଞ୍ଜାବତୀ ନଦୀରେ ଭାସିଯାଇଥିବା ଗର୍ଭବତୀ ମା’ଙ୍କ ମୃତଦେହ ଉଦ୍ଧାର ହୋଇଛି। ହେଲେ ଏଯାଏ ମିଳିନି ୫ ବର୍ଷ ଝିଅର ପତ୍ତା। ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମର ୭ ଜଣିଆ ଟିମ୍ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ପତ୍ତା ମିଳି ପାରିନାହିଁ।

ସୂଚନାଯୋଗ୍ୟ, ଶୌଚ କରିବାକୁ ଯାଇ ୫ ବର୍ଷ ବୟସର ଶିଶୁକନ୍ୟାଙ୍କ ସମେତ ଗର୍ଭବତୀ ଗତକାଲି ନିଖୋଜ ହୋଇଥିଲେ। କେରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଅଧିନ ପାଲାପୁଟ ଗାଁ ନିକଟ ଝଞ୍ଜାବତୀ ନଦୀରେ ଗତକାଲି ଅପରାହ୍‌ଣରେ ଏହି ଅଭାବନୀୟ ଘଟଣା ଘଟିଥିଲା।

ସୂଚନା ଅନୁସାରେ ନାରାୟଣପାଟଣା ଥାନା ଅନ୍ତର୍ଗତ ତଳଗୁମାଣ୍ଡି ପଞ୍ଚାୟତର ‌‌କଡ଼ରିଘାଟି ଗାଁର ରାମ ତାଡିଙ୍ଗିଙ୍କ ସ୍ତ୍ରୀ ମୋତି ତାଡିଙ୍ଗି ପ୍ରସବ ପାଇଁ ମା’ ଗୃହକୁ ଗତକାଲି ଆସିଥିଲେ। ଆଉ ୧୫ ଦିନ ପରେ ମୋତି ତାଡିଙ୍ଗି ମା’ ହୋଇଥାନ୍ତେ। ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୨ଟାରେ ପାଲପୁଟ ଗାଁ ନିକଟ ଝଞ୍ଜାବତୀ ନଦୀକୁ ମା-ଝିଅ ଶୌଚ ପାଇଁ ସ୍ବାମୀଙ୍କୁ କହି ଯାଇଥିଲେ। ଫେରିବାରେ ବିଳମ୍ବ ହେବାରୁ ଉଭୟ ସ୍ବାମୀ ଓ ମାଁ ଗୃହ କର୍ମଚାରୀ ଖୋଜାଖୋଜି କରି ନଦୀ ତୋଠ କୁ ଯାଇଥିଲେ। ସେଠାରେ ଉଭୟ ମା’ ଓ ଶିଶୁକନ୍ୟାର ଶାଢ଼ି, ପୋଷାକ ଓ ଚପଲ ଥିବାରୁ ନଦୀରେ ଗାଧେଇବାକୁ ଆସି ଭାସିଯାଇଥିବା ସନ୍ଦେହ କରି ମା’ ଗୃହ କର୍ତ୍ତୃପକ୍ଷ ଥାନାରେ ନିଖୋଜ ଥିବା ନେଇ ଲିଖିତ ଅଭିଯୋଗ କରିଥିଲେ।

ଖବର ପାଇଁ ସ୍ଥାନୀୟ ପୁଲିସ ସମେତ ଅଗ୍ନିଶମ ବିଭାଗର ଅଧୀନରେ ଅନୁପମ ବାଗ୍‌ଙ୍କ ନେତୃତ୍ବରେ ୫ ଜଣିଆ ଟିମ୍ ରାତି ସାତଟାରେ ଝଞ୍ଜାବତୀରେ ଦୁଇ ଘଣ୍ଟା ଧରି ଖୋଜାଖୋଜି କରିବା ପରେ ନିରାଶ ହୋଇ ଫେରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe