କମୁନି ଜନନୀ ଯାତନା : ଭାରରେ ବୁହାହେଲେ, ରାସ୍ତାରେ ପ୍ରସବ

Advertisment
କମୁନି ଜନନୀ ଯାତନା : ଭାରରେ ବୁହାହେଲେ, ରାସ୍ତାରେ ପ୍ରସବ

କୋରାପୁଟ : ଦୁର୍ଗମ ଅଞ୍ଚଳରେ ଜନନୀ ଯାତନା କମିବାର ନାଁ ଧରୁନି। ରାସ୍ତା ନ ଥିବାରୁ ଗର୍ଭବତୀଙ୍କୁ ଭାରରେ ବୋହିବାକୁ ପଡୁଛି। ଏଥି ସହିତ ଡାକ୍ତରଖାନା ଯାଇ ନ ପାରି ରାସ୍ତାରେ ପ୍ରସବ କରିବା ଦୃଶ୍ୟର ପୁନରାବୃତ୍ତି ହୋଇ ଚାଲିଛି। ଏହାର ନଗ୍ନ ନମୁନା ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍‌ ଅଞ୍ଚଳ ଭଳି କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ୍‌ରେ ମଧ୍ୟ ବାରମ୍ବାର ଦେଖିବାକୁ ମିଳୁଛି। ଆଜି କୋରାପୁଟ ଜିଲ୍ଳା ଦଶମନ୍ତପୁର ବ୍ଲକ୍‌ ମୁର୍ଜାର ପଞ୍ଚାୟତର କୁସୁମପୁଟ ଗ୍ରାମରେ ଜଣେ ଗର୍ଭବତୀଙ୍କୁ ଭାରରେ ବୋହି ନେବା ସମୟରେ ସେ ଅଧା ରାସ୍ତାରେ ଏକ ଶିଶୁପୁତ୍ରକୁ ଜନ୍ମ ଦେବା ଘଟଣା ଜନନୀ ଯାତନାର ଛବିକୁ ପୁଣି ମନେ ପକାଇ ଦେଇଛି।

ସୂଚନାନୁସାରେ, କୁସୁମପୁଟର ଜୁନେଶ ଜାନୀଙ୍କ ପତ୍ନୀ ସୁଆଇଙ୍କର ଆଜି ଗର୍ଭ ଯନ୍ତ୍ରଣା ହେବାରୁ ଘର ଲୋକ ଆଶା ଦିଦିଙ୍କୁ ଜଣାଇଥିଲେ। ଆଶା ଦିନି ୧୦୨ ଆମ୍ବୁଲାନ୍ସକୁ ଫୋନ୍‌ ମଧ୍ୟ କରିଥିଲେ। କିନ୍ତୁ ମାଛପୁଟ-କୁସୁମପୁଟ ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍ସ ଆସି ପାରିନଥିଲା। ତେଣୁ ପରିବାର ଲୋକ ବାଧ୍ୟ ହୋଇ ସୁଆଇଙ୍କୁ ଏକ ଖଟରେ ଭାର କରି ବୋହି ବୋହି ଡାକ୍ତରଖାନା ବାହାରିଥିଲେ। ତେବେ ଅଧା ବାଟରେ ସେ ଅସୁରକ୍ଷିତ ଭାବେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ସେଠାରୁ ପ୍ରସୂତି ଓ ନବଜାତକଙ୍କୁୁ ଭାରରେ ଆମ୍ବୁଲାନ୍ସ ପାଖକୁ ଅଣାଯାଇ ସେଠାରୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା। ଉଭୟଙ୍କ ସ୍ୱାସ୍ଥ୍ୟ ଏବେ ଭଲ ଥିବା ଜଣାପଡ଼ିିଛି। ତେବେ ଏହି ଘଟଣା ଜିଲ୍ଲାର ମାତୃ ଓ ଶିଶୁ ସୁରକ୍ଷା ଯୋଜନାର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ଲଗାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe