ପୁଣି ଜନନୀ ଯନ୍ତ୍ରଣା: ଖଟିଆରେ ଦେଢ଼ କିମି ବୁହାହେଲେ ଗର୍ଭବତୀ

Advertisment
ପୁଣି ଜନନୀ ଯନ୍ତ୍ରଣା: ଖଟିଆରେ ଦେଢ଼ କିମି ବୁହାହେଲେ ଗର୍ଭବତୀ

ଥୁଆମୂଳ ରାମପୁର : ନା ଅଛି ରାସ୍ତା, ନା ପୋଲ। ଗାଁକୁ ଆସିପାରୁନି ଆମ୍ବୁଲାନ୍ସ। ଗର୍ଭବତୀ ହୁଅନ୍ତୁ କି ଗୁରୁତର ରୋଗୀଙ୍କୁ ବାଧ୍ୟ ହୋଇ ଖଟିଆରେ ବୋହି ନେବାକୁ ପଡ଼ୁଛି। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ତଳଝାପି ପଞ୍ଚାୟତ ରାଣୀପଦର ଗ୍ରାମର ଖମନପଡ଼ାରେ ପୁଣି ଏଭଳି ଏକ ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି।

ଗାଁର ଭୋଳାନାଥ ଗଉଡ଼ଙ୍କ ସ୍ତ୍ରୀ ନନ୍ଦିନୀ ଗଉଡ଼ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଆମ୍ବୁଲାନ୍ସକୁ ଡକାଯାଇଥିଲା। ହେଲେ ଗାଁରେ ଇନ୍ଦ୍ରାବତୀ ଏବଂ ବାଲିଯୋର ନଦୀ ପ୍ରବାହିତ ହେଉଥିବାରୁ ଯିବାଆସିବାରେ ବାଧକ ସାଜିଛି। ଆଜି ପର୍ଯ୍ୟନ୍ତ ନଦୀ ଉପରେ ପୋଲଟିଏ ନିର୍ମାଣ ହୋଇପାରିନି। ଗାଁ ଲୋକଙ୍କ ନିଜସ୍ୱ ଉଦ୍ୟମରେ ତିଆରି ହୋଇଛି କାଠ ପୋଲ। ସେଥିରେ ଆମ୍ବୁଲାନ୍ସ ଯାଇପାରି ନଥିବାରୁ ଦୂରରେ ଅଟକି ଯାଇଥିଲା। ପରେ ଗ୍ରାମବାସୀ ଏକ ଖଟିଆରେ ନନ୍ଦିନୀଙ୍କୁ ​ନେଇ ଗାଁ ପାରି କରିଥିଲେ।

ଗାଁଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂର ଥୁଆମୂଳ ରାମପୁର-କାଶୀପୁର ମୁଖ୍ୟ ରାସ୍ତାରେ ଅପେକ୍ଷା କରିଥିବା ଅମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ। ସେଠାରୁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଏଭଳି ଦୃଶ୍ୟ ସର୍ବଦା ଦେଖାଯାଉଥିଲେ ମଧ୍ୟ ପ୍ରଶାସନ କି ସରକାର କୌଣସି ପଦକ୍ଷେପ ନେଉନଥିବାରୁ ବୁଦ୍ଧିଜୀବୀ ମହଲ ଉଦ୍‌ବେଗ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe