ଥୁଆମୂଳ ରାମପୁରରେ ପୁଣି ଜନନୀ ଯନ୍ତ୍ରଣା: ଖଟିଆରେ ବୁହାହେଲେ ଗର୍ଭବତୀ

ଜିଲ୍ଲା ସଦର ଡାକ୍ତରଖାନାରେ ପହଞ୍ଚିପାରିଲେନି, ବିଚ୍ଛିନ୍ନାଞ୍ଚଳବାସୀଙ୍କ ପାଇଁ ଦୁର୍ଦଶା ସାଜିଛି ଇନ୍ଦ୍ରାବତୀ

ଥୁଆମୂଳ ରାମପୁରରେ ପୁଣି ଜନନୀ ଯନ୍ତ୍ରଣା: ଖଟିଆରେ ବୁହାହେଲେ ଗର୍ଭବତୀ

ଥୁଆମୂଳ ରାମପୁର : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍‌ରେ ପୁଣିଥରେ ଜନନୀ ଯନ୍ତ୍ରଣାର ବିକଳ ଦୃଶ୍ୟ ସାମ୍‌ନାକୁ ଆସିଛି। ଇନ୍ଦ୍ରାବତୀ ବିଚ୍ଛିନ୍ନାଞ୍ଚଳବାସୀଙ୍କ ଦୁର୍ଦ୍ଦଶାର ଚିତ୍ର ପୁଣିଥରେ ଦେଖିବାକୁ ମିଳିଛି। ରାସ୍ତା ନଥିବାରୁ କଳାହାଣ୍ଡି ଜିଲ୍ଲାର ଡାକ୍ତରଖାନା ଆଣିବା ପରିବର୍ତ୍ତେ ନବରଙ୍ଗପୁର ଡାକ୍ତରଖାନାର ଆଶ୍ରୟ ନେଇଛନ୍ତି।

ଇନ୍ଦ୍ରାବତୀ ଜଳଭଣ୍ଡାର ଯୋଗୁଁ ଥୁଆମୂଳ ରାମପୁର ବ୍ଲକ୍‌ର ଇନ୍ଦ୍ରାବତୀ ଜଳଭଣ୍ଡାରର ବିଚ୍ଛିନ୍ନାଞ୍ଚଳ ପୋଡ଼ାପଦର ପଞ୍ଚାୟତ ଭିତରଡୁଙ୍ଗା ଗାଁର ଅଭି ମାଝୀଙ୍କ ସ୍ତ୍ରୀ ଗୁରୁବାରୀ ମାଝୀଙ୍କ (୩୦ ବର୍ଷ) ବୁଧବାର ସକାଳେ ପ୍ରସବ ଯନ୍ତ୍ରଣା ହୋଇଥିଲା। ପରେ ସ୍ଥାନୀୟ ଆଶାକର୍ମୀ ବୋଟ୍‌ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିବାରୁ ଆମ୍ବୁଲାନ୍‌ସଟି ତେନ୍ତୁଳିପଦର ଘାଟ ନିକଟରେ ପହଞ୍ଚିଥିଲା। କିନ୍ତୁ ତେନ୍ତୁଳିପଦର ଘାଟ ପର୍ଯ୍ୟନ୍ତ ଆସିବା ପାଇଁ ପ୍ରାୟ ୨କିମି ରାସ୍ତା ନଥିବାରୁ ପାହାଡ଼ ଓ ଜଙ୍ଗଲ ମଧ୍ୟରେ ଅଣଓସାରିଆ ଚଲା ବାଟରେ ଗର୍ଭବତୀଙ୍କୁ ଖଟିଆରେ ବୋହି ଆଣିବାକୁ ପଡ଼ିଥିଲା। ପରେ ବୋଟ ଆମ୍ବୁଲାନ୍ସ ଯୋଗେ ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ପୋଡ଼ାଗଡ଼ ଘାଟକୁ ଅଣାଯାଇଥିଲା। ଘାଟ ନିକଟରେ ପୂର୍ବରୁ ଅପେକ୍ଷା କରିଥିବା ୧୦୮ ଆମ୍ବୁଲାନ୍ସ ଯୋଗେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ବର୍ତ୍ତମାନ ଗର୍ଭବତୀ ମହିଳା ଜଣକ ଉକ୍ତ ସ୍ଵାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe