କନ୍ଧମାଳରେ ପିଛା ଛାଡ଼ୁନି ଜନନୀ ଯନ୍ତ୍ରଣା : ଟୋକେଇରେ ବୁହା ହେଲେ ଗର୍ଭବତୀ!

କନ୍ଧମାଳରେ ପିଛା ଛାଡ଼ୁନି ଜନନୀ ଯନ୍ତ୍ରଣା : ଟୋକେଇରେ ବୁହା ହେଲେ ଗର୍ଭବତୀ!

Odisha News Insight

ତୁମୁଡିବନ୍ଧ : କନ୍ଧମାଳ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗର ପିଛା ଛାଡ଼ୁନି ଜନନୀ ଯନ୍ତ୍ରଣା। ପୁଣି ତୁମୁଡ଼ିବନ୍ଧ ବ୍ଳକରେ ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ କରୁକୁଡୁପା ପଞ୍ଚାୟତର ଶାନ୍ଦେବଣ୍ଡାଙ୍ଗି ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ସେହି ଗ୍ରାମର ଆଶିଷ ଦିଗାଲଙ୍କ ସ୍ତ୍ରୀ ରଜନୀ ଦିଗାଲଙ୍କୁ ଗର୍ଭ ଜନ୍ତ୍ରଣା ହୋଇଥିଲା। ହେଲେ ଉକ୍ତ ଗ୍ରାମକୁ ଯିବାପାଇଁ ରାସ୍ତା ନଥିବାରୁ ଗର୍ଭବତୀଙ୍କ ସମ୍ପର୍କୀୟମାନେ କୌଣସି ଉପାୟ ନପାଇ ଶେଷରେ ବାଧ୍ୟ ହୋଇ ଟୋକେଇ ସାହାଯ୍ୟରେ ଗର୍ଭବତୀଙ୍କୁ ବୋହି ବୋହି ଜଙ୍ଗଲ ରାସ୍ତା ଦେଇ ଶାନ୍ଦେବଣ୍ଡାଙ୍ଗୀରୁ ସିନ୍ଦୀପଙ୍କାଲ ଗ୍ରାମ ପର୍ଯ୍ୟନ୍ତ ଆଣିଥିଲେ। ପରେ ଉକ୍ତ ରାସ୍ତାରେ ଯାଉଥିବା ଏକ ଅଟୋ ସାହାଯ୍ୟରେ ଗର୍ଭବତୀ ମହିଳାଙ୍କୁ ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଡାକ୍ତରଖାନାରେ ଗର୍ଭବତୀ ଜଣକ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଉଭୟ ମାଆ ଓ ନବଜାତ ଶିଶୁ ସୁସ୍ଥ ଅବସ୍ଥାରେ ଘରକୁ ଫେରିଥିବା ଜଣାପଡିଛି।

ସୂଚନା ପ୍ରକାରେ ସାନ୍ଦେ ବଣ୍ଡାଙ୍ଗୀ, ଗୁଗୁଡ଼ି ସୁଗା, ପୁନ୍ଦେଡି ୩ଟି ଗ୍ରାମକୁ ରାସ୍ତାନାହିଁ। ଫଳରେ ଗାଁ କୁ ଗାଡ଼ି ମୋଟର ଯାଇପାରେନାହିଁ। ଗ୍ରାମବାସୀ ଏହିପରି ବାରମ୍ବାର ରୋଗୀଙ୍କୁ କୁର୍ତ୍ତମଗଡ଼ ପର୍ଯ୍ୟନ୍ତ ଆଣିବାପାଇଁ ଏଭଳି ସମସ୍ୟାର ସାମ୍ନା କରନ୍ତି। ସୂଚନା ଥାଉକି ପୂର୍ବରୁ ମଧ୍ୟ ରାସ୍ତା ନଥିବାରୁ ତୁମୁଡିବନ୍ଧ ବ୍ଲକ ଗୁମ୍ମା ପଞ୍ଚାୟତ ସୁଶାଭଟ୍ଟା ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କୁ ତାଙ୍କର ସମ୍ପର୍କୀୟମାନେ ଏକ ଖଟକୁ ଦୋଳା ଭାବରେ ବ୍ୟବହାର କରି ୩କିମି ପର୍ଯ୍ୟନ୍ତ ବୋହିବା ପରେ ଏକ ଅଟୋ ସାହାଯ୍ୟରେ ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe