ଚିକିତ୍ସାରେ ଅବହେଳା ଅଭିଯୋଗ : ପ୍ରସବ ପରେ ମହିଳାଙ୍କ ମୃତ୍ୟୁ

Advertisment

ଘରୋଇ ନର୍ସିଂହୋମ୍‌ରେ ଛାଡ଼ି ପଳାଇଲେ ଆଶାକର୍ମୀ

ଘରୋଇ ନର୍ସିଂହୋମ୍‌ରେ ଛାଡ଼ି ପଳାଇଲେ ଆଶାକର୍ମୀ

ଚିକିତ୍ସାରେ ଅବହେଳା ଅଭିଯୋଗ : ପ୍ରସବ ପରେ ମହିଳାଙ୍କ ମୃତ୍ୟୁ

ମହାକାଳପଡ଼ା : ଚିକିତ୍ସା ଅବହେଳାରୁ କେନ୍ଦ୍ରାପଡ଼ାସ୍ଥିତ ଏକ ଘରୋଇ ନର୍ସିଂହୋମ୍‌ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମହିଳାଙ୍କ ପରିବାର ଲୋକେ ଏ ନେଇ ଥାନାରେ ଏତଲା ଦେଇଛନ୍ତି। ଆଶାକର୍ମୀ ଏହି ମହିଳାଙ୍କୁ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ନେବା ପରିବର୍ତ୍ତେ ନର୍ସିଂହୋମ୍‌ରେ ଭର୍ତ୍ତି କରାଇବାରୁ ଏପରି ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି। ଏ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ସକାଳେ ମହାକାଳପଡ଼ା ବ୍ଲକ ପେଟଛେଲା ଗ୍ରାମର ଗଣେଶ ମଣ୍ଡଳଙ୍କ ପତ୍ନୀ ଭାରତୀ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ଲୋକେ ସ୍ଥାନୀୟ ଆଶାକର୍ମୀ ଆଲୋକଲତା ପାତ୍ରଙ୍କୁ ଖବର ଦେଇଥିଲେ। ଆଶାକର୍ମୀ ସେଠାରେ ପହଞ୍ଚି ଆମ୍ବୁଲାନ୍‌ସ ଡକାଇ ଭାରତୀଙ୍କୁ ପ୍ରଥମେ ନିକଟସ୍ଥ ରାମନଗର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଦାୟିତ୍ୱରେ ଥିବା ଡାକ୍ତର ଭାରତୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବା ପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଯିବା ପାଇଁ ପରାମର୍ଶ ଦେଇଥିଲେ। ତେବେ ଆଶାକର୍ମୀ ଜଣଙ୍କ କେନ୍ଦ୍ରାପଡ଼ାସ୍ଥିତ ଏକ ଘରୋଇ ନର୍ସିଂହୋମ୍‌ରେ ତାଙ୍କୁ ଭର୍ତ୍ତି କରାଇଥିଲେ। ଗଣେଶ ଆପତ୍ତି କରିବାରୁ ଘରୋଇ ନର୍ସିଂହୋମ୍‌ରେ ଚିକିତ୍ସା କଲେ ଭଲ ହେବ ବୋଲି ଆଶାକର୍ମୀ କହିଥିଲେ । ସେଠାରେ ଭର୍ତ୍ତି କରି ଆଶାକର୍ମୀ କେଉଁଆଡେ ଚାଲିଯାଇଥିଲେ ।

ଭାରତୀ ସେଠାରେ ପ୍ରାୟ ସନ୍ଧ୍ୟା ପ୍ରାୟ ୭ଟା ପର୍ଯ୍ୟନ୍ତ ପ୍ରସବ ଯନ୍ତ୍ରଣା ପାଇବା ପରେ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ। ହେଲେ, ରକ୍ତସ୍ରାବ ବନ୍ଦ କରିବାରେ ସେଠାକାର ଡାକ୍ତର ବିଫଳ ହେବାରୁ ଭାରତୀଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ। କଟକ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ନେଇ ଭାରତୀଙ୍କ ଭାଇ ଭରତ ମଣ୍ଡଳ ଆଜି ଜମ୍ବୁ ମେରାଇନ୍‌ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ଅନୁସନ୍ଧାନ କରୁଛି। ମେରାଇନ୍‌ ଥାନା ଭାରପ୍ରାପ୍ତ ଅଧିକାରୀ ଅଶୋକ କୁମାର ବାରିକ କହିଛନ୍ତି, ଘଟଣାର ତଦନ୍ତ ଚାଲିଛି।
ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ବୈଷ୍ଣବ ଚରଣ ସାହୁ କହିଛନ୍ତି ଯେ ଘଟଣାର ତଦନ୍ତ କରାଯିବ। ଅଭିଯୋଗର ସତ୍ୟତା ଥିଲେ ସଂପୃକ୍ତା ଆଶାକର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe