ଚଳନ୍ତା ଟ୍ରେନରେ ଗର୍ଭବତୀଙ୍କୁ ପ୍ରସବ କରାଇ ଚର୍ଚ୍ଚାରେ ଡାକ୍ତର ବିପ୍ଲବ ବିଶ୍ୱକେଶରୀ ମହାନ୍ତି

Advertisment
ଚଳନ୍ତା ଟ୍ରେନରେ ଗର୍ଭବତୀଙ୍କୁ ପ୍ରସବ କରାଇ ଚର୍ଚ୍ଚାରେ ଡାକ୍ତର ବିପ୍ଲବ ବିଶ୍ୱକେଶରୀ ମହାନ୍ତି

ଭୁବନେଶ୍ୱର: ଅନେକ ସମୟରେ ଡାକ୍ତରଙ୍କ ମହନୀୟତା ଚର୍ଚ୍ଚାର ବିଷୟ ହୋଇଥାଏ। ନିଜର କର୍ତ୍ତବ୍ୟବୋଧ ଓ ନିଷ୍ଠା ଲାଗି ଚିକିତ୍ସକ ବେଳେବେଳେ ପ୍ରଶଂସିତ ହୋଇଥାନ୍ତି। ଏଭଳି ଜଣେ ଡାକ୍ତର ଏବେ ଚର୍ଚ୍ଚାରେ ଅଛନ୍ତି। ଡାକ୍ତର ଜଣେ ଗର୍ଭବତୀଙ୍କ ପାଇଁ ପାଲଟିଛନ୍ତି ଦେବଦୂତ। ଚଳନ୍ତା ଟ୍ରେନରେ ଗର୍ଭବତୀଙ୍କୁ ସାହାଯ୍ୟ କରିଛନ୍ତି।

publive-image
ଏହି ଡାକ୍ତରଜଣକ ହେଉଛନ୍ତି ଭୁବନେଶ୍ୱରର ମେଜର ବିପ୍ଲବ ବିଶ୍ୱକେଶରୀ ମହାନ୍ତି। ବିପ୍ଲବ ମଧ୍ୟପ୍ରଦେଶରୁ ଭୁବନେଶ୍ୱର ଫେରୁଥିଲେ। ହୀରାଖଣ୍ଡ ଏକ୍ସପ୍ରେସରେ ଘରକୁ ଫେରୁଥିବାବେଳେ ସେହି ଟ୍ରେନରେ ବିଳମ୍ବିତ ରାତିରେ ଜଣେ ଗର୍ଭବତୀ ପ୍ରସବ ଯନ୍ତ୍ରଣା ଭୋଗୁଥିବା ଜାଣିବାକୁ ପାଇଲେ।
ହୀରାଖଣ୍ଡ ଏକ୍ସପ୍ରେସରେ କିଛି ବାଟ ଆସିବା ପରେ ରାତି ପ୍ରାୟ ୧୧ଟା ୪୫ ମିନିଟ୍ ସମୟରେ ଜଣେ ଟିଟିଇ ଦଉଡ଼ି ଆସିକି ସହୟତା ମାଗିଲେ। କହିଲେକି କିଏ ଡାକ୍ତର ଅଛନ୍ତି କି? ଜଲଦି ଆସନ୍ତୁ। ଟ୍ରେନରେ କେହି ଡାକ୍ତର ନଥିବା ବେଳେ କାଳ ବିଳମ୍ବ ନ କରି ବିପ୍ଳବ ଟିଟିଇଙ୍କ ସହ ଆସିଥିଲେ। ଆଉ ଟିଟିଇଙ୍କ ସହ ଆସି ପ୍ରସବ ବେଦନାରେ ଛଟପଟ ହେଉଥିବା ମହିଳାଙ୍କୁ ଦେଖିଥିଲେ। ଏହାପରେ ସେ ଏକାକୀ ଉକ୍ତ ପ୍ରସୂତିଙ୍କର ପ୍ରସବ କରାଇବାକୁ ନିଷ୍ପତ୍ତି ନେଇଥିଲେ। ସେହି କାମକୁ ସେ ସଫଳତାର ସହ ବି ସମାପନ କରିଥିଲେ। ଗର୍ଭବତୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଏବେ ମହିଳା  ଓ ତାଙ୍କର ଶିଶୁପୁତ୍ର ସୁରକ୍ଷିତ ରହିଥିବା ଜଣାପଡ଼ିଛି।

ବିନା ଯନ୍ତ୍ରପାତିରେ ସେ ଏକାକୀ ଏଭଳି କାମ କରିବାର ସାହସ କରିଥିଲେ।ଡାକ୍ତର ବିପ୍ଲବ ବିଶ୍ୱକେଶରୀ ମହାନ୍ତିଙ୍କ କହିବା ଅନୁଯାୟୀ, ସେ ଆର୍ମିରେ କାର୍ଯ୍ୟରତ ଡାକ୍ତର ହୋଇଥିବା ହେତୁ ତାଙ୍କୁ ଜରୁରୀକାଳୀନ ପରିସ୍ଥିତିରେ କିପରି ସହାୟତା କରିବାକୁ ପଡ଼ିଥାଏ ସେଥିନେଇ ପ୍ରଶିକ୍ଷଣ ମିଳିଥିଲା। ଏଥିଲାଗି ସେ ସାହସ ଜୁଟାଇପାରିଥିଲେ। ମଧ୍ୟ ପ୍ରଦେଶର କଟନି ଷ୍ଟେସନ ନିକଟରେ ସେ ଉକ୍ତ ପ୍ରସୂତିଙ୍କର ପ୍ରସବ କରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe