୧ କିମି ବୁହାହେଲେ ଗର୍ଭବତୀ: ବାଟରେ ପ୍ରସବ, ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଖି ବୁଜିଲେ

ଦଶପଲ୍ଲାରେ ଜନନୀ ଯନ୍ତ୍ରଣା

୧ କିମି ବୁହାହେଲେ ଗର୍ଭବତୀ: ବାଟରେ ପ୍ରସବ, ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଖି ବୁଜିଲେ

ଦଶପଲ୍ଲା: ଦଶପଲ୍ଲା ବ୍ଲକ ଅନ୍ତର୍ଗତ କଳସାଖମଣ ପଞ୍ଚାୟତର କଣପାଜୁ ଗାଁରେ ଜନନୀ ଯନ୍ତ୍ରଣାର ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି। ଫୋନ୍ କରିବାରୁ ବିଳମ୍ୱରେ ପହଞ୍ଚିଲା ଆମ୍ବୁଲାନ୍ସ। ଅନ୍ୟପାର୍ଶ୍ୱରେ ଗାଁ ଠାରୁ ୧ କିମି ଦୂରରେ ଆମ୍ବୁଲାନ୍ସ ରହିବା ପରେ ଗର୍ଭବତୀ ମହିଳାଙ୍କୁ ୧ କିମି ରାସ୍ତା ବୋହିବାକୁ ପଡ଼ିଥିଲା। ଗାଁ ଠାରୁ ୫ କିମି କଚା ରାସ୍ତାରେ ଆସିବା ପରେ ବାଟରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଶେଷରେ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଚିକିତ୍ସା ଆରମ୍ଭ ହେଉ ହେଉ ପ୍ରସୂତୀ ମହିଳା ଜଣଙ୍କ ଆଖି ବୁଜିଛନ୍ତି।

ସୂଚନା ଅନୁଯାୟୀ ଗ୍ରାମର ପ୍ରଦୀପ ମଲିକଙ୍କ ପତ୍ନୀ ସବିତା ଜାନି ଗତକାଲି ଅପରାହ୍ନ ୪ ଟାରେ ପ୍ରସବ ବେଦନା ପାଇଥିଲେ। ପରିବାର ଲୋକ ଆମ୍ବୁଲାନ୍ସ ଖବର ଦେଇଥିଲେ। ମାତ୍ର ଆମ୍ବୁଲାନ୍ସ ଉପଲବ୍ଧ ନଥିବା ହେତୁ ବିଳମ୍ବରେ ପହଞ୍ଚିଥିଲା। ଗାଁ ଠାରୁ ୧ କିମି ସବିତାଙ୍କୁ ଖଟରେ ବୋହିଆଣି ଆମ୍ବୁଲାନ୍ସକୁ ଆଣିଥିଲେ। ହେଲେ ଗାଁ ଠାରୁ ୫ କିମି ବାଟ ଆସିବା ପରେ ଆମ୍ବୁଲାନ୍ସ ଭିତରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ଏହାପରେ ତାଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏକ ସାଲାଇନ୍ ଦେବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ମାତ୍ର ଶିଶୁ ପୁତ୍ରଟି ସୁରକ୍ଷିତ ଥିବା ଜଣାପଡିଛି। ବଡ଼କଥା ହେଉଛି ଉକ୍ତ ଗାଁକୁ ରାସ୍ତା ନଥିବା ହେତୁ ଦୀର୍ଘଦିନ ଧରି ବିବାଦ ଦେଖା ଦେଇଛି। ରାସ୍ତା ନିର୍ମାଣ ଦାବିରେ ସେଠାକାର ଜଙ୍ଗଲରୁ କାଠ କାଟିବାକୁ ବନ ଉନ୍ନୟନ ନିଗମକୁ ବିରୋଧ କରିବା ସହ ଗତ ୬ ମାସ ତଳେ ଉକ୍ତ ରାସ୍ତାରେ ଗ୍ରାମବାସୀ ବନଖଣ୍ଡ ଅଧିକାରୀଙ୍କୁ ଚଳାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe