ଭିମ୍‌ସାରରେ ପୁଣି ଡାକ୍ତରଙ୍କ ଅବହେଳା ଅଭିଯୋଗ, ଆଖି ବୁଜିଲେ ଗର୍ଭବତୀ

ଭିମ୍‌ସାରରେ ପୁଣି ଡାକ୍ତରଙ୍କ ଅବହେଳା ଅଭିଯୋଗ, ଆଖି ବୁଜିଲେ ଗର୍ଭବତୀ

ସମ୍ବଲପୁର : ପୁଣି ଥରେ ବୁର୍ଲା ବଡ଼ ମେଡିକାଲରେ ଚିକିତ୍ସା ଅବହେଳାରୁ ଜଣେ ଗର୍ଭବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି। ସମ୍ବଲପୁର ଅଇଁଠାପାଲି ଥାନା ବରେଇପାଲି ନିର୍ଗୁନପଡ଼ାର ଦିଲ୍ଲୀପ ଓରାମଙ୍କ ପତ୍ନୀ ସୁଷମା(୨୩) ଶୁକ୍ରବାର ରାତିରେ ସାପ କାମୁଡ଼ାର ଶିକାର ହୋଇ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ ମେଡିକାଲର କାଜୁଆଲଟିରେ କାର୍ଯ୍ୟରତ ଡାକ୍ତର ସୁଷମାଙ୍କ ଶରୀରରେ ଆଦୌ ବିଷ ନଥିବା କହି ଚିକିତ୍ସା କରିନଥିଲେ। ମାତ୍ର ଅବସ୍ଥା ଗୁରୁତର ହେବାରୁ ପ୍ରଥମେ ତାଙ୍କୁ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ ଓ ପରେ ମେଡିସିନ୍‌ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ୪ ଘଣ୍ଟା ପରେ ବିଷକ୍ରିୟାର ଚିକିତ୍ସା ଆରମ୍ଭ ହୋଇଥିଲା। ଶନିବାର ସକାଳ ସାଢ଼େ ୮ଟାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରଙ୍କ ଅବହେଳା ଯୋଗୁଁ ସୁଷମାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରି ପରିବାର ଲୋକେ ଦିନ ସାଢ଼େ ୧୧ଟାରୁ ଗୋଟାଏ ଯାଏଁ ମେଡିକାଲ ଫାଣ୍ଡି ଘେରାଉ କରିଥିଲେ। ଥାନା ଅଧିକାରୀ ବି.ବି.ଭୋଇ ଘଟଣାସ୍ଥଳରେ ପହଞ୍ଚିବା ପରେ ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ପରିବାର ଲୋକେ ଦାବି କରିଥିଲେ।

ଶ୍ରୀ ଭୋଇଙ୍କ ପ୍ରତିଶ୍ରୁତି ପରେ ସୁଷମାଙ୍କ ଶବ ବ୍ୟବଚ୍ଛେଦ ହୋଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଏ ସଂକ୍ରାନ୍ତରେ ଥାନା ଅଧିକାରୀଙ୍କୁ ପଚାରିବାରେ ଏଯାବତ୍‌ କୌଣସି ଲିଖିତ ଅଭିଯୋଗ ହୋଇନି ଓ ସେମାନେ ୨-୪ ଦିନ ପରେ ଆସି ପୁଲିସ୍‌କୁ ଏସମ୍ପର୍କରେ ଅବଗତ କରିବେ ବୋଲି ସୂଚନା ଦେଇଥିବା ସେ କହିଥିଲେ। ଏସମ୍ପର୍କରେ ଭିମ୍‌ସାର ଗଣମାଧ୍ୟମ ଦାୟିତ୍ବରେ ଥିବା ଡା.ବେଣୁଧର ପାଣ୍ଡେଙ୍କୁ ଯୋଗାଯୋଗ କରାଯିବାରେ ଏକ କମିଟି ଗଠନ ହୋଇ ଏହି ଘଟଣାର ବିଧିବଦ୍ଧ ତଦନ୍ତ କରାଯିବ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe