୨ କିମି ଦୂରରେ ଅଟକିଲା ଆମ୍ବୁଲାନସ୍, କାନ୍ଧରେ ଭରାଦେଇ ୨ କିମି ଚାଲିଲେ ପ୍ରସୂତି

Advertisment
୨ କିମି ଦୂରରେ ଅଟକିଲା ଆମ୍ବୁଲାନସ୍, କାନ୍ଧରେ ଭରାଦେଇ ୨ କିମି ଚାଲିଲେ ପ୍ରସୂତି

ରାୟଗଡ଼ା : ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନସ୍। କାଦୁଅ ପଚ ପଚ ରାସ୍ତା ଯୋଗୁ ଅଧା ବାଟରେ ଅଟକିଗଲା। ଗର୍ଭ ଯନ୍ତ୍ରଣା ଯୋଗୁ ଭାରରେ ମଧ୍ୟ ବସି ପାରିଲେନି ଗର୍ଭବତୀ। ଫଳରେ ସଂପର୍କୀୟଙ୍କ କାନ୍ଧ ଭାରରେ ୨ କିମି ଚାଲି ଚାଲି ଆସି ଆମ୍ବୁଲାନସ୍ ନିକଟରେ ପହଞ୍ଚିଥିଲେ। ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ପରେ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଚିକିତ୍ସା ପରେ ଉଭୟ ମା’ ଓ ନବଜାତ ସୁସ୍ଥ ଥିବା ଜଣାପଡ଼ିଛି। ଜନନୀ ଯନ୍ତ୍ରଣାର ଏପରି କରୁଣ ଚିତ୍ର ଦେଖିବାକୁ ମିଳିଛି ରାୟଗଡ଼ା ସଦର ବ୍ଲକ୍ ତାଡ଼ମା ପଞ୍ଚାୟତର ହୁଲକି ଗ୍ରାମରେ।

ହୁଲକି ଗ୍ରାମର କୈଳାସ କାଡ୍ରକାଙ୍କ ପତ୍ନୀ ସଞ୍ଜି କାଡ୍ରକା ଗର୍ଭ ଯନ୍ତ୍ରଣା ଅନୁଭବ କରିବା ପରେ ପରିବାର ଲୋକ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ତାଙ୍କୁ ନେବାକୁ ଆମ୍ବୁଲାନସକୁ ଖବର ଦେଇଥିଲେ। ଖବର ପାଇ ଆମ୍ବୁଲାନସ୍ ହୁଲକି ଗ୍ରାମ ଅଭିମୁଖେ ବାହାରିଥିଲା। କିନ୍ତୁ ରାସ୍ତା ଅବସ୍ଥା ଭଲ ନଥିବାରୁ ଗାଁ ଠାରୁ ୩ କିମି ଦୂର ଜାରପାଠାରେ ଅଟକି ଯାଇଥିଲା। ସଞ୍ଜିଙ୍କ ସ୍ବାମୀ କୈଳାସ, ଭାଇ ରଞ୍ଜି, ଭାଉଜ ମତି କାଡ୍ରକା, ନାନୀ ନନ୍ଦୀ ପ୍ରମୁଖ ଭାର କରି ସଞ୍ଜିଙ୍କୁ ଆମ୍ବୁଲାନସ୍ ପର୍ଯ୍ୟନ୍ତ ନେବା ପାଇଁ ପ୍ରୟାସ କରିଥିଲେ।କିନ୍ତୁ ଗର୍ଭ ଯନ୍ତ୍ରଣା ଅସହ୍ୟ ହେଉଥିବାରୁ ଭାରରେ ବସି ପାରିନଥିଲେ ସଞ୍ଜି। ଫଳରେ ପରିବାର ଲୋକଙ୍କ କାନ୍ଧ ଧରି ୨ କିମି ଚାଲି ଚାଲି ଆସିଥିଲେ । ଗର୍ଭ ଯନ୍ତ୍ରଣା ଯୋଗୁ କିଛି ରାସ୍ତା ଚାଲିବା ପରେ ଟିକେ ବିଶ୍ରାମ ନେଇ ପୁଣି ଚାଲୁଥିଲେ ସଞ୍ଜି। ଅତ୍ୟଧିକ ଗର୍ଭ ଯନ୍ତ୍ରଣା ହେବା ପରେ ଆଉ ଚାଲି ନ ପାରିବାରୁ ସଞ୍ଜିଙ୍କ ସ୍ବାମୀ କୈଳାସ ଓ ଅନ୍ୟ ସଂର୍ପକୀୟ ଆମ୍ବୁଲାନସ୍ ଡ୍ରାଇଭରକୁ ଗୁହାରି କରିବା ପରେ ଜାରପାରୁ ହୁଲକି ଅଭିମୁଖେ ଏକ କିମି ପର୍ଯ୍ୟନ୍ତ ବହୁ କଷ୍ଟରେ ଆମ୍ବୁଲାନସକୁ ନେଇଥିଲେ ଡ୍ରାଇଭର। ସେଠାରୁ ସଞ୍ଜିଙ୍କୁ ଆମ୍ବୁଲାନସ୍ ଯୋଗେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦିନ ୧୧ଟାରେ ଭର୍ତ୍ତି କରାଯାଇଥିଲା। ପରେ ସଞ୍ଜିଙ୍କ ଅସ୍ତ୍ରୋପଚାର କରାଯାଇଥିଲା। ସଞ୍ଜି ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିବା ବେଳେ ନବଜାତ ଶିଶୁକୁ ଏସ୍‌ଏନ୍‌ସିୟୁରେ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe